ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଖରିଖୋଳାକୁ ନେଇ ଗୁଳିମାଡ, ଜଣେ ମୃତ

ଢେଙ୍କାନାଳ: ପୋଖରୀ ଖୋଳାକୁ ନେଇ ଢେଙ୍କାନାଳ ସଦର ଥାନା କନ୍ଦପାଳ ଗାଁରେ ଗୁଳିମାଡ଼ ହୋଇଛି । ଗୁଳିମାଡ଼ରେ ସମ୍ପର୍କୀୟ ଭାଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ମୃତକଙ୍କ ନାମ ଦଳେଇ ନାଏକ । ତାଙ୍କ ଉପରେ ୭ ରାଉଣ୍ଡ ଗୁଳି ଚାଳନା ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଗାଁର ଦୁଇ ପରିବାର ମଧ୍ୟରେ ପୂର୍ବରୁ ଜମିଜମା ବିବାଦ ଲାଗିରହିଥିଲା । ପୋଖରୀ ଖୋଳା ଚାଲୁଥିବା ବେଳେ ୨ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ୩ ରୁ ୪ ଜଣ ଦୁର୍ବୃତ୍ତ ମିଶି ଦେଶୀ ବନ୍ଧୁକରେ ଗୁଳିମାଡ଼ କରିଥିବା ନେଇ ସୂଚନା ମିଳିଛି । ଗୁଳିମାଡ଼ ପରେ ଘଟଣାସ୍ଥଳରୁ ସମସ୍ତ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ୍‌ ପଛଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.