ଏମିତି ଏକ ଶିବ ମନ୍ଦିର, ଯାହା ବର୍ଷ ତମାମ୍ ବନ୍ଦ ରୁହେ କେବଳ ମହାଶିବରାତ୍ରିରେ ଖୋଲାଯାଏ

ଆମ ଦେଶ ତଥା ଅନ୍ୟ କେତେକ ଦେଶରେ ଦେବ ଦେବ ମହାଦେବଙ୍କର ବହୁ ମନ୍ଦିର ଅଛି। ସେଥି ମଧ୍ୟରୁ ପ୍ରାୟ ଶୈବପୀଠ ବର୍ଷସାରା ଖୋଲା ରହୁଥିବାବେଳେ, ଆଉ କେତେକ ମାତ୍ର କିଛି ମାସ ପାଇଁ ଖୋଲାହୁଏ । କିନ୍ତୁ, ମଧ୍ୟପ୍ରଦେଶରେ ମହାଦେବଙ୍କର ଏପରି ଏକ ମନ୍ଦିର ଅଛି, ଯାହା କେବଳ ମହାଶିବରାତ୍ରିରେ ଖୋଲିଥାଏ। ମଧ୍ୟପ୍ରଦେଶର ରାୟସେନ୍ ଜିଲ୍ଲାରେ ଭଗବାନ ଶିବଙ୍କର ଏକ ପୁରାତନ ମନ୍ଦିର ଅଛି, ଯାହା ସୋମେଶ୍ବର ମହାଦେବ ମନ୍ଦିର ନାମରେ ପ୍ରସିଦ୍ଧ । ଏହା ରାୟସେନର ପ୍ରାଚୀନ ଦୁର୍ଗ ପରିସରରେ ଏକ ଉଚ୍ଚ ପର୍ବତରେ ଉପରେ ଅବସ୍ଥିତ । ଭଗବାନ ସୋମେଶ୍ବର ମହାଦେବଙ୍କ ଦର୍ଶନ ଅତ୍ୟନ୍ତ ଦୁର୍ଲଭ ବୋଲି କୁହାଯାଏ ।
