ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନାଳ ସଫା ନ ହୋଇଥିବାରୁ ରାଗିଗଲେ ଶିବସେନା ବିଧାୟକ, ସଫେଇ କାମ କରୁଥିବା ଠିକାଦାରକୁ ନାଳରେ ବସାଇ ତାଙ୍କ ଉପରେ ଢାଳିଲେ ଅବାର୍ଜନା

ମହାରାଷ୍ଟ୍ରରେ ଶିବସେନା ବିଧାୟକ ଦିଲ୍ଲୀପ ଲାଣ୍ଡେଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଜଣେ ଠିକାଦାରକୁ ଅଳିଆ ଗଦା ଉପରେ ବସାଇବା ଏବଂ ଡ୍ରେନ୍ ସଠିକ୍ ପରିଷ୍କାର ନହେଲେ ଏହା ଉପରେ ଅଳିଆ ଫିଙ୍ଗିଥିବାର ଦେଖାଯାଉଛି ।

ସୂଚନାନୁଯାୟୀ, ଚାନ୍ଦିବାଲୀ ଅଞ୍ଚଳରେ ନାଳ ଠିକରେ ସଫା ନହେବା କାରଣରୁ ଲୋକମାନଙ୍କ ଘରେ ନାଳ ପାଣି ପଶୁଥିବା ନେଇ ବାରମ୍ବାର ବିଧାୟକ ଦିଲ୍ଲୀପ ଲାଣ୍ଡେଙ୍କ ଠାରେ ଅଭିଯୋଗ କରୁଥିଲେ । ଏଥିରେ ରାଗିଯାଇ ବିଧାୟକ ତାଙ୍କ କର୍ମଚାରୀଙ୍କ ସହ ସେଠାରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିଲେ । ନାଳ ଠିକରେ ସଫା ନହେବା ଦେଖି ବିଧାୟକ ତାଙ୍କ କାର୍ଯ୍ୟକର୍ତ୍ତାଙ୍କ ସହ ସଫେଇ କରି ଏବଂ ସେଠାକାର ସଫେଇ ଠିକାଦାରଙ୍କୁ ଡକାଇ ଥିଲେ । ଠିକାଦାରଙ୍କୁ କାମ କାହିଁକି ଠିକରେ ହୋଇନାହିଁ ବୋଲି ପଚାରିଥିଲେ । ହେଲେ ଠିକାଦାର ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ନାଳ ନିକଟରେ ବସାଇ ତାଙ୍କ ଉପରେ ନାଳରୁ ବାହାରିଥିବା ଅବର୍ଜନା କୁଢାଇ ଦେଇଥିଲେ ।

କଣ୍ଟ୍ରାକ୍ଟରଙ୍କ ଉପରେ ଅଳିଆ ପକାଇବା ଘଟଣା ପରେ ସୋସିଆଲ ମିଡିଆରେ ତାଙ୍କୁ କଡା ସମାଲୋଚନା କରାଯାଇଛି । ସମାଲୋଚିତ ହେବା ପରେ ବି ବିଧାୟକ କ୍ଷମା ନମାଗି ସଫେଇ ଦେଇଛନ୍ତି କି ‘ଲୋକଙ୍କ ଦୁଖ ଦୂର କରିବା ପାଇଁ କଣ୍ଟ୍ରାକ୍ଟର କାମ କରିନାହାଁନ୍ତି । ଏଭଳି ପରିସ୍ଥିତିରେ ଲୋକଙ୍କ ଦୁଖ ଦୂର କରିବା ଆମର ଦାୟିତ୍ବ ହୋଇଯାଏ । ମୋ ପାଖରେ ବାରମ୍ବାର ଅଭିଯୋଗ ପହଂଚିବାରୁ ମୁଁ ଦଳୀୟ କର୍ମୀମାନଙ୍କୁ ଡାକି ନାଳ ସଫା କରାଇଲି ।

Leave A Reply

Your email address will not be published.