ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମହିଳାଙ୍କ ହତ୍ୟା ମାମଲାରେ ମେଣ୍ଢାକୁ ୩ ବର୍ଷ ଜେଲ୍‌ଦଣ୍ଡ !

ଖରତୁମ୍‌: ଜଣେ ମହିଳାଙ୍କ ହତ୍ୟା ମାମଲାରେ ସୁଦାନର ଏକ କୋର୍ଟ ଗୋଟିଏ ମେଣ୍ଢାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ବିଚାରପତି ମେଣ୍ଢାକୁ ୩ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଘଟଣା ଦକ୍ଷିଣ ସୁଦାନର ରୁବେକ ଇଷ୍ଟ କାଉଣ୍ଟିର। ସୂଚନା ଅନୁଯାୟୀ ଏଠାରେ ମେଣ୍ଢା ୪୦ ବର୍ଷୀୟ ମହିଳା ଏଡ୍ୟୁ ଚ୍ୟାପିଙ୍ଗଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ମହିଳା ଗୁରୁତର ଆହତ ହୋଇଥିଲେ। ପରେ ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ମେଣ୍ଢାକୁ ଗିରଫ କରି କୋର୍ଟରେ ଉପସ୍ଥାପନ କରିଥିଲା। ଏବେ ଦୋଷୀ ମେଣ୍ଢା ତିନି ବର୍ଷ ପର୍ଯ୍ୟନ୍ତ ସେନା କ୍ୟାମ୍ପରେ ବନ୍ଦୀ ରହିବ। ମୁକ୍ତ ହେବାପରେ ମେଣ୍ଢାକୁ ମୃତକଙ୍କ ପରିବାରକୁ ଦିଆଯିବ।

Leave A Reply

Your email address will not be published.