ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତାମିଲନାଡୁ ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଲେ ଶଶିକଳା

ଚେନ୍ନାଇ : ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁ ରାଜନୀତିରେ ବଡ଼ ଧରଣର ଟ୍ୱିଷ୍ଟ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗିଥିବା ଭି.କେ ଶଶିକଳା ଆଜି ରାଜନୀତିକୁ ସବୁଦିନ ପାଇଁ କରିଛନ୍ତି ଅଲବିଦା । ବିଧାନସଭା ନିର୍ବାଚନ ପୂର୍ବରୁ ଜେଲ୍‌ରୁ ବାହାରିଥିବାରୁ ତାମିଲନାଡୁ ରାଜନୀତିରେ ପୁଣି ପ୍ରବେଶ କରିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଆଜି ଏଆଇଏଡିଏମକେର ପୂର୍ବତନ ଅଧ୍ୟକ୍ଷ ଶଶିକଳା ରାଜନୀତିରୁ ସବୁଦିନ ପାଇଁ ଅବସର ନେଇଥିବା ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ତାଙ୍କର ରାଜନୀତି କରିବାର ଇଚ୍ଛା କମି ଯାଇଥିଲା । କେବେବି ସେ କ୍ଷମତା ଓ ପଦବୀ ପଛରେ ନାହାନ୍ତି ବୋଲି ଶଶିକଳା କହିଛନ୍ତି । ଆଗାମୀ ନିର୍ବାଚନରେ ଏଆଇଏଡିଏମକେକୁ ଏକଜୁଟ ହୋଇ ଲଢ଼ିବାକୁ ପଡ଼ିବ । ଡିଏମକେକୁ ହରାଇବା ପାଇଁ ଦଳ ପକ୍ଷରୁ ଅନବରତ ପ୍ରୟାସ ଜାରି ରଖିବା ଦରକାର ବୋଲି ଶଶିକଳା କହିଛନ୍ତି ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସୁପ୍ରିମକୋର୍ଟ ଶଶିକଳାଙ୍କୁ ୨୦୧୭ ମସିହା ଫେବୃଆରୀ ୧୪ରେ ଦୋଷୀ ସାବ୍ୟସ୍ତ କରିଥିଲେ । ସେବେଠାରୁ ସେ ଜେଲ୍‌ରେ ଥିଲେ । ଚଳିତ ବର୍ଷ ଜାନୁଆରୀ ୨୭ରେ ସେ ଜେଲ୍‌ରୁ ସଜା କାଟି ମୁକୁଳିଥିଲେ । ବେଙ୍ଗାଲୁରୁ ଜେଲ୍‌ରୁ ବାହାରିବା ପରେ ଜାନୁଆରୀ ୩୧ରେ ତାମିଲନାଡୁରେ ପ୍ରଥମ ଥର ପାଦ ଦେଇଥିଲେ । ତାମିଲନାଡୁ ଆସିବା ପରେ ସେ କହିଥିଲେ ଯେ ମୁଁ ଖୁବଶୀଘ୍ର ଆପଣମାନଙ୍କୁ ଭେଟିବି ଏବଂ ପୂର୍ଣ୍ଣକାଳୀନ ରାଜନୀତିକୁ ଆସୁଛି ବୋଲି କହିଥିଲେ ଶଶିକଳା ।

ତାମିଲନାଡୁରେ ଶଶିକଳାଙ୍କ ପ୍ରତ୍ୟାବର୍ତ୍ତନ ପରଠୁ ଏଆଇଏଡିଏମକେ ଚଳଚଞ୍ଚଳ ହୋଇ ଉଠିଥିଲା। ୨୦୨୧ ଜାନୁଆରୀ ୨୭ରେ ଶଶିକଳାଙ୍କୁ ଜେଲ୍‌ରୁ ମୁକ୍ତି ମିଳିଥିଲେ। ସେ ଆୟବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଜେଲ୍‌ରେ ସଜା କାଟୁଥିଲେ। କୁହାଯାଉଥିଲା ସେ ବିଧାନସଭା ନିର୍ବାଚନ ଲଢିବେ। ହେଲେ ଆଜି ସେ ଅପ୍ରତ୍ୟାଶିତ ଭାବେ ରାଜନୀତିକୁ ଅଲବିଦା କହିଛନ୍ତି।

 

 

Leave A Reply

Your email address will not be published.