ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମେଟ୍ରୋ ଟ୍ରେନ୍‌କୁ ଅପହରଣ କରିବେ ଶାହାରୁଖ୍

ବଲିଉଡ୍ ବାଦଶାହ ଶାହାରୁଖ୍ ଖାନ୍ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ୍’ର ସୁଟିଂରେ ଏବେ ବ୍ୟସ୍ତ ଅଛନ୍ତି । ପୁଅ ଆର୍ଯନ୍ ଖାନ୍ ଏନ୍‌ସିବି ଦ୍ବାରା ଗିରଫ ହେବା ପରେ ଶାହାରୁଖଙ୍କର ‘ପଠାନ୍’ ସୁଟିଂ କିଛି ମାତ୍ରାରେ ବାଧାପ୍ରାପ୍ତ ହୋଇଥିଲା | ଶାହାରୁଖ୍ ଏବେ ଏଟଲିଙ୍କ ‘ଲାୟନ୍’ ସୁଟିଂରେ ମଧ୍ୟ ବ୍ୟସ୍ତ ଅଛନ୍ତି। ‘ଲାୟନ୍’ରେ ଶାହାରୁଖ୍ ଡବଲ୍ ରୋଲ୍‌ରେ ନଜର ଆସିବେ। ଏଥିରେ ଶାହାରୁଖଙ୍କୁ ଉଭୟ ପିତା-ପୁତ୍ର ଭୂମିକାରେ ଦେଖିବାକୁ ମିଳିବ ।

ଶାହାରୁଖ୍ ପୁଅ ଭୂମିକାରେ ଏକ ମେଟ୍ରୋ ଟ୍ରେନ୍‌କୁ ଅପହରଣ କରୁଥିବାର ନଜର ଆସିବେ। ଫିଲ୍ମରେ ଶାହାରୁଖଙ୍କ ସହ ଦକ୍ଷିଣ ଅଭିନେତ୍ରୀ ନୟନତାରା ଓ ପ୍ରିୟାମଣି ଦେଖାଯିବେ । ଏହା ଏକ ଆକ୍ସନ ଥିଲର୍ ଫିଲ୍ମ। ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଏ ଆର୍ ରହମାନ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ପ୍ରଯୋଜନା ସଂସ୍ଥା ପକ୍ଷରୁ ଫିଲ୍ମର କାହାଣୀକୁ ନେଇ କୌଣସି ସୂଚନା ଦିଆଯାଇ ନାହିଁ ।

Leave A Reply

Your email address will not be published.