ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଡୁଆରେ ‘ଜର୍ସି’, ଘୁଞ୍ଚିଲା ରିଲିଜ୍‌ ଡେଟ୍‌

ମୁମ୍ବାଇ : ବଲିଉଡ୍‌ ଇଣ୍ଡଷ୍ଟ୍ରୀ ପାଇଁ ଏପ୍ରିଲ୍‌ ମାସ ଏକ ସଫଳତାର ଅଧ୍ୟାୟ ନେଇ ଆସିବ ବୋଲି ଚର୍ଚ୍ଚା ହେଉଛି। କାରଣ ଏହି ମାସରେ ତିନୋଟି ବଡ଼ ଫିଲ୍ମ ରିଲିଜ୍‌ ହେବ। ବଲିଉଡ୍‌ରେ ଦକ୍ଷିଣ ଫିଲ୍ମର ଦବ୍‌ଦବା ଦେଖି ଯଥେଷ୍ଟ ପୂର୍ବରୁ ମିଷ୍ଟର ପରଫେକ୍ଟନିଷ୍ଟ ଅମିର୍‌ ଖାନ୍‌ ତାଙ୍କର ବହୁ ଚର୍ଚ୍ଚିତ ଫିଲ୍ମ ‘ଲାଲ୍ ସିଂହ ଚଢ୍ଢା’କୁ ବୈଶାଖୀ ଅବସରରେ ରିଲିଜ୍ କରିବାରୁ ଓହରି ଯାଇଥିଲେ। କିନ୍ତୁ ଇତିମଧ୍ୟରେ ଦୁଇଟି ବଡ଼ ଫିଲ୍ମ ମଧ୍ୟରେ ସାହିଦ୍‌ କପୁରଙ୍କ ଫିଲ୍ମ ‘ଜର୍ସି’ ଫସିଯାଇଛି। ଏହି ଫିଲ୍ମ ଏପ୍ରିଲ୍‌ ୧୪ରେ ରିଲିଜ୍‌ ହେବାର ଥିଲା। କିନ୍ତୁ ପୁଣି ଥରେ ଏହାର ରିଲିଜ୍‌ ଡେଟ୍‌କୁ ଘୁଞ୍ଚାଇ ଦିଆଯାଇଛି। ଏବେ ଏହି ଫିଲ୍ମ ୨୨ ଏପ୍ରିଲ୍‌ରେ ରିଲିଜ୍‌ ହେବ।

ଫିଲ୍ମର ନିର୍ମାତା ରିଲିଜ୍‌ର ତିନି ଦିନ ପୂର୍ବରୁ ଏହାର ଡେଟ୍‌କୁ ଘୁଞ୍ଚାଇ ଦେବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହାର ନିର୍ମାତା ଦକ୍ଷିଣର ଦୁଇଟି ଫିଲ୍ମର ଆଡଭାନ୍ସ ବୁକିଂର ଦବ୍‌ଦବାକୁ ଦେଖି ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି। କନ୍ନଡ଼ ସୁପର୍‌ଷ୍ଟାର୍‌ ୟଶ୍‌ଙ୍କ ‘କେଜିଏଫ୍-୨’ ଏପ୍ରିଲ୍‌ ୧୪ରେ ରିଲିଜ୍‌ ହେବ। ୟଶ୍‌, ରବୀନା ଟଣ୍ଡନ, ସଞ୍ଜୟ ଦତ୍ତ ଓ ପ୍ରକାଶ ରାଜଙ୍କ ଅଭିନୀତ ‘କେଜିଏଫ୍‌-୨’ ଏବେଠାରୁ ଦର୍ଶକଙ୍କ ଭଲ ପାଇବା ସାଉଁଣ୍ଟିବାରେ ସଫଳ ହୋଇଛି। ଫିଲ୍ମ ରିଲିଜ୍‌ ପୂର୍ବରୁ ଆଡଭାନ୍ସ ବୁକିଂରେ ୨୦ କୋଟି ଟଙ୍କା ଆୟ କରିବ ବୋଲି ଆଶା କରାଯାଉଛି। ସେହିଭଳି ତାମିଲ ଅଭିନେତା ବିଜୟଙ୍କ ‘ବିଷ୍ଟ’ର ଆଡଭାନ୍ସ ବୁକିଂ ତାମିଲ ଓ ତେଲୁଗୁ ଭାଷାରେ ଭଲ ରହିଛି। ସେହିଭଳି କନ୍ନଡ଼ ଓ ହିନ୍ଦୀ ଭାଷାରେ ମଧ୍ୟ ଏହା ଆଡଭାନ୍ସ ବୁକିଂରେ ଭଲ ଆୟ କରିବ ବୋଲି ଆଶା କରାଯାଉଛି। ଏହା ଏପ୍ରିଲ୍‌ ୧୩ ତାରିଖରେ ରିଲିଜ୍‌ ହେବ। ଏଠାରେ ପ୍ରକାଶ ଥାଉ କି, ‘ଜର୍ସି’ରେ ସାହିଦ୍‌ ଜଣେ ସଂଘର୍ଷ କରୁଥିବା କ୍ରିକେଟର୍‌ ଭୂମିକାରେ ନଜର ଆସିବେ। ଯିଏ କି ଦୀର୍ଘ ଦିନ ପରେ ମଇଦାନକୁ ଓହ୍ଲାଇଛନ୍ତି। ଏଥିରେ ସାହିଦ୍‌ଙ୍କ ସହ ମୃଣାଳ ଠାକୁର ଓ ପଙ୍କଜ କପୁର ନଜର ଆସିବେ।

Leave A Reply

Your email address will not be published.