ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସରିଫ ପରିବାର ହାତକୁ ଫେରୁଛି ପାକିସ୍ତାନର ଶାସନ ଡୋରୀ, ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଶାହାବାଜଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା

ଇସଲାମାବାଦ : ଇମ୍ରାନ ଖାଁଙ୍କ ପରାଜୟ ପରେ ଏବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ କିଏ ହେବେ ତାହାକୁ ନେଇ ଚର୍ଚ୍ଚା । ତେବେ ବିରୋଧୀ ଦଳ ନେତା ତଥା ତିନି ଥର ପ୍ରଧାନମନ୍ତ୍ରୀ ହୋଇଥିବା ନଓ୍ବାଜ ସରିଫଙ୍କ ଭାଇ ଶେହବାଜ ସରିଫ ଯେ ମୁକୁଟ ପିନ୍ଧିବେ ଏହା ସ୍ପଷ୍ଟ ହୋଇଛି । ଇମ୍ରାନଙ୍କୁ ଗାଦିଚ୍ୟୁତ କରିବା ଲାଗି ବେଶ୍ ଗୋଟିଚାଳନା କରି ଆସୁଥିଲେ ୭୦ ବର୍ଷ ବୟସ୍କ ଶେହବାଜ ନୂଆ ପ୍ରଧାନମନ୍ତ୍ରୀ ସ୍ପଷ୍ଟ ହୋଇଯାଇଛି। ବିରୋଧୀ ଦଳ ଏବଂ ତାଙ୍କ ସହଯୋଗୀ ଦଳମାନେ ମିଳିତ ଭାବେ ପ୍ରଧାନମନ୍ତ୍ରୀ ପଦ ପାଇଁଶେହବାଜ ସରିଫଙ୍କୁ ମନୋନୀତ କରିଛନ୍ତି।

ଦେଶର ଶକ୍ତିଶାଳୀ ସେନା ସହ ଉତ୍ତମ ସମ୍ପର୍କ ରଖି ଆସିଥିବା ଶେହବାଜ କୂଟନୈତିକ ସ୍ତରରେ ବେଶ୍ ପାରଦର୍ଶୀ । ଅତୀତରେ ପାକିସ୍ତାନ ପଞ୍ଜାବ ପ୍ରଜାତନ୍ତ୍ରର ମୁଖ୍ୟମନ୍ତ୍ରୀ ହୋଇଥିବା ଶେହବାଜ ଚୀନର ଜଣେ ଭଲ ବନ୍ଧୁ ଭାବେ ଜଣାଶୁଣା । ଚୀନ ପାଣ୍ଠି ଜରିଆରେ ଚାଲିଥିବା ଅନେକ ପ୍ରକଳ୍ପର ସେ ଦେଖାଶୁଣା କରିଥିଲେ । ୧୯୯୯ରେ ଦେଶରେ ସାମରିକ ବିଦ୍ରୋହରେ ଶେହବାଜ ଗିରଫ ହୋଇଥିଲେ ଏବଂ ସାଉଦିଆରବରେ ନିର୍ବାସିତ ଜୀବନ କାଟିଥିଲେ । ୨୦୦୭ ରେ ଶେହବାଜ ସ୍ବଦେଶ ଫେରିଥିଲେ । ୨୦୧୭ରେ ପାନାମା ପେପର୍ସ ମାମଲାରେ ଭାଇ ନଓ୍ବାଜ ସରିଫ ଦୋଷୀ ସାବ୍ୟସ୍ତ ହେବା ପରେ ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ ଦଳର ନେତୃତ୍ବ ନେଇ ଆସୁଛନ୍ତି ଶେହବାଜ ।

ଶେହବାଜ ସରିଫ ୨୦୧୮ ଅଗଷ୍ଟ ୧୩ରେ ନ୍ୟାସନାଲ ଆସେମ୍ବଲିର ସଦସ୍ୟ ଅଛନ୍ତି ଏବଂ ବିରୋଧୀ ଦଳର ନେତା ମଧ୍ୟ ଅଟନ୍ତି । ଏହା ପୂର୍ବରୁ ଶେହବାଜ ସରିଫ ୩ ଥର ପାକିସ୍ତାନ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ । ସେ ସର୍ବାଧିକ ସମୟ ପାଇଁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା ନେତା । ବର୍ତ୍ତମାନ ପିଏମ୍‌ଏଲ-ଏନ୍‌ର ଅଧ୍ୟକ୍ଷ । ଶେହବାଜ ସରିଫ ୧୯୫୧ ମସିହା ସେପ୍ଟେମ୍ବର ୨୩ରେ ଲାହୌର ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତା ମହମ୍ମଦ ସରିଫ ଜଣେ ବ୍ୟବସାୟୀ ଥିଲେ । ସେ ସବୁବେଳେ ବ୍ୟବସାୟ ପାଇଁ କଶ୍ମୀର ଅନନ୍ତନାଗ ଯିବା ଆସିବା କରୁଥିଲେ । ପରେ ତାଙ୍କ ପରିବାର ଅମୃତସରରେ ବସିଥିଲା । ୧୯୪୭ରେ ଭାରତ ବିଭାଜନ ହେଲା । ପାକିସ୍ତାନର ସୃଷ୍ଟି ହେଲା । ମହମ୍ମଦ ସରିଫ ସେହି ସମୟରେ ଅମୃତସର ଠାରୁ ଲାହୌର ସ୍ଥାନାନ୍ତରିତ ହୋଇଥିଲେ । ଶେହବାଜ ସରିଫଙ୍କ ମା’ ପୁଲୱାମାର ଝିଅ ଥିଲେ । ଲାହୌରର ଏକ ସରକାରୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପରେ ଶେହବାଜ ସରିଫ ନିଜର ପରିବାର ବ୍ୟବସାୟ କରିଥିଲେ । ଶେହବାଜଙ୍କ ୨ ଜଣ ବଡ ଭାଇ ଅବ୍ୱାସ ସରିଫ ଓ ନୱାଜ ସରିଫ ଅଛନ୍ତି । ନୱାଜ ସରିଫ ୩ ଥର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ୧୯୭୩ରେ ଶେହବାଜ ନିଜର କଜିନଙ୍କୁ ବିବାହ କରିଥିଲେ । ତାଙ୍କର ୪ଜଣ ସନ୍ତାନ ଅଛନ୍ତି । ୨୦୦୩ରେ ଶେହବାଜ  ଦ୍ୱିତୀୟ ବିବାହ କରିଥିଲେ । କୁହାଯାଇଥାଏ ଯେ, ଶେହବାଜ  ନିଜର ଭାଇ ନୱାଜଙ୍କ ଠାରୁ ଅଧିକ ଧନୀ ।

Leave A Reply

Your email address will not be published.