ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏକାଠି ନଜର ଆସିବେ ଶାହରୁଖ୍‌-ତାପସୀ

ଦୀର୍ଘ ଚାରି ବର୍ଷ ପରେ ବଲିଉଡ୍‌କୁ ଫେରୁଛନ୍ତି କିଙ୍ଗ୍‌ଖାନ୍ ଶାହରୁଖ୍‌। ସେ ପୁଣି ଗୋଟିଏ କି ଦୁଇଟି ନୁହେଁ, ଏକକାଳୀନ ତିନିଟି ଫିଲ୍ମରେ ନଜର ଆସିବେ। ପ୍ରଥମେ ‘ପଠାନ୍‌’, ତା’ପରେ ‘ଜବାନ୍‌’ ଓ ‘ଡଙ୍କି’ ସିନେମାରେ ତାଙ୍କୁ ଦେଖିବାକୁ ମିଳିବ। ତେବେ ‘ଡଙ୍କି’ ଫିଲ୍ମକୁ ନେଇ ଏହାର ନିର୍ମାତା ସବୁକିଛି ଗୋପନ ରଖିଛନ୍ତି। ଅର୍ଥାତ୍ ଫିଲ୍ମର କାହାଣୀଠୁ ଆରମ୍ଭ କରି ଶାହରୁଖ୍‌ଙ୍କ ବେଶଭୂଷା କିଭଳି ରହିବ, ତାହାକୁ ନେଇ କିଛି ବି ଆଲୋଚନା କରାଯାଉ ନାହିଁ।

ଏପରିକି ଶାହରୁଖ୍‌ଙ୍କ ବିପକ୍ଷରେ ନାୟିକା କିଏ ହେବେ ସେକଥା ମଧ୍ୟ କିଛି କୁହାଯାଇ ନାହିଁ। ତେବେ ଏବେ ଏହି ଫିଲ୍ମର ସୁଟିଂ କାର୍ଯ୍ୟ ବିଦେଶରେ ଆରମ୍ଭ ହୋଇଯାଇଛି। ଏହା ସହ ସୁଟିଂ ସେଟ୍‌ର ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଯେଉଁଥିରେ ଶାହରୁଖ୍‌ଙ୍କ ସହ ନଜର ଆସିଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ଆଉ ଏହି ଫଟୋରୁ ଶାହରୁଖ୍‌ ଓ ତାପସୀ ଏକାଠି ନଜର ଆସିବା ନେଇ ଚର୍ଚ୍ଚା ହେଉଛି। ଅନ୍ୟପଟେ ୨୦୨୩ ଶେଷ ବେଳକୁ ‘ଡଙ୍କି’ ଫିଲ୍ମ ରିଲିଜ୍ ହେବା ଆଶା କରାଯାଉଛି।

Leave A Reply

Your email address will not be published.