ଓୟୋ ହୋଟେଲରେ ଚାଲିଥିଲା ସେକ୍ସ ରାକେଟ, ଚଢଉ କରି ଦୁଇ ଯୁବତୀଙ୍କୁ ଉଦ୍ଧାର କଲା ମର୍କତନଗର ପୁଲିସ

କଟକ : ପୁଣି ଏକ ହୋଟେଲରୁ ସେକ୍ସ ରାକେଟ ଠାବ କରିଛି ପୁଲିସ। କଟକର ମର୍କତନଗର ପୁଲିସ ଏକ ଓୟୋ ହୋଟେଲରେ ଚାଲିଥିଲା ସେକ୍ସ ରାକେଟକୁ ଠାବ କରିଛି। ପୁଲିସ ଅଚାନକ ଚଢଉ କରି ୨ ଜଣ ଗ୍ରାହକଙ୍କ  ଅଟକ ରଖିବା ସହ ୨ ଯୁବତୀଙ୍କୁ ଉଦ୍ଧାର କରିଛି।

ସୂଚନା ଅନୁସାରେ କଟକ ମର୍କତନଗର ଅଞ୍ଚଳରେ ଥିବା ଆୟୁଷ ପ୍ୟାଲେସ ନାମକ ଏକ ଓୟୋ ହୋଟେଲରେ ଦୀର୍ଘଦିନ ଧରି ସେକ୍ସ ରାକେଟ ଚାଲିଥିବା ସୂଚନା ମିଳିଥିଲା। ଏହାପରେ ମର୍କତନଗର ଥାନା ପୁଲିସ ଆଜି ଅଚାନକ ଆୟୁଷ ପ୍ୟାଲେସରେ ରେଡ୍‌ କରିଥିଲା। ଚଢାଉ ସମୟରେ ପୁଲିସ ୨ ଜଣ ଗ୍ରାହକଙ୍କୁ ଅଟକ ରଖିବା ସହ ୨ ଯୁବତୀଙ୍କୁ ମଧ୍ୟ ଉଦ୍ଧାର କରିଛି।

Leave a comment