ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିନକୁ ୧୨ ହଜାର ଘରଭଡା ଦେଇ ୩ ମହଲା କୋଠାରେ ଚାଲିଥିଲା ଦେହବେପାର

ବଲାଙ୍ଗୀର : ବଲାଙ୍ଗୀର ସହର ଭିତରେ ଚାଲିଥିଲା ହାଇ ପ୍ରୋଫାଇଲ ସେକ୍ସ ରାକେଟ। ଦିନକୁ ୧୨ ହଜାର ଘର ଭଡାଦେଇ ୩ ମହଲା କୋଠାରେ ଚାଲିଥିଲା ଦେହବେପାର। ବଲାଙ୍ଗୀର ସହର ଶାସ୍ତ୍ରୀନଗରରେ ସେକ୍ସରାକେଟ ଚାଲିଥିଲା  ଖବର ପାଇ ସେଠାରେ ଟାଉନ ଥାନା ପୁଲିସ ଆଜି ଚଢ଼ଉକରିଥିଲା। ଚଢ଼ଉ ପରେ ସେଠାରୁ  ସାତ ଜଣ ଯୁବତୀ ଓ ତିନି ଜଣ ଯୁବକଙ୍କୁ ଠାବ କରିଛି ପୁଲିସ।

ମିଳିଥିବା ସୂଚନା ଅନୁସାରେ ଶାସ୍ତ୍ରୀନଗରର ଏକ ତିନିମହଲା କୋଠାରେ ଚାଲିଥିଲା ହାଇ ପ୍ରୋଫାଇଲ ସେକ୍ସ ରାକେଟ। ଦିନକୁ ୧୨ ହଜାର ଘର ଭଡା ଦେଇ ଏହି ବଡ଼ କୋଠାରେ ଦେହବେପାର କରାଯାଉଥିଲା। ଯାହା ସମ୍ପର୍କରେ ସୂଚନା ପାଇବା ପରେ ଟାଉନ ଥାନା ପୁଲିସ ପକ୍ଷରୁ ଚଢାଉ କରାଯାଇଥିଲା। ଏହି କୋଠାରୁ ପୁଲିସ ୭ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ୩ ଜଣ ଯୁବକଙ୍କୁ ଅଟକ ରଖିଛି। ଏଥି ସହିତ ଉକ୍ତ କୋଠାରୁ ପୁଲିସ ବହୁ ଆପତ୍ତିଜନକ ସମାଗ୍ରୀ ସହ ୩୦ ହଜାର ଟଙ୍କା ଜବତ କରିଛି।

Leave A Reply

Your email address will not be published.