ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସଟ୍‌ଡାଉନ୍‌ରେ ରାଜଧାନୀ ଭୁବନେଶ୍ୱରରୁ ସେକ୍ସ ରାକେଟ ଠାବ

ମହାମାରୀ କରୋନା ପାଇଁ ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ଚାଲିଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ଠାବ ହୋଇଛି ସେକ୍ସ ରାକେଟ । ଗେଷ୍ଟ ହାଉସରେ ଚାଲିଥିଲା ଦେହ ବ୍ୟବସାୟ। ବୁଦ୍ଦେଶ୍ୱରୀ କଲୋନୀ ଅଞ୍ଚଳରେ ଚାଲିଥିଲା ହାଇପ୍ରୋଫାଇଲ ସେକ୍ସ ରାକେଟ । ଜଣେ ଯୁବତୀ ଉଦ୍ଧାର ସହ ତିନି ଗ୍ରାହକଙ୍କୁ ଅଟକ ରଖିଛି ପୋଲିସ। ସେକ୍ସ ରାକେଟ ଖବର ପାଇ ଲକ୍ଷ୍ମୀସାଗର ଥାନା ପୋଲିସ ଚଢ଼ାଉ କରିଥିଲା । କେବେଠାରୁ ଚାଲିଥିଲା ସେକ୍ସ ରାକେଟ୍, କେଉଁଠାରୁ ଯୁବତୀ ଆସୁଥିଲେ ତା’ର ଖୋଲତାଡ଼ କରୁଛି ପୋଲିସ। ଅପରପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ସଂକଟ ଟଳିନି । ଏଭଳି ସମୟରେ ଅତ୍ୟାବଶ୍ୟକୀୟ କାର୍ଯ୍ୟ ନେଇ ଚଳାଚଳକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଥିବା ବେଳେ ସପ୍ତାହାନ୍ତ ସଟ୍‌ଡାଉନ୍ ବଳବତ୍ତର ରହିଛି । ଏଭଳି ସମୟରେ ପୁଣି ରାଜଧାନୀରେ ସେକ୍ସ ରାକେଟ ଭୂତାଣୁ ସଂକମ୍ରଣ ଆଶଙ୍କାକୁ ମଧ୍ୟ ବୃଦ୍ଧି କରୁଛି ।

Leave A Reply

Your email address will not be published.