ଗୋକଲପୁରରେ ଭୟାବହ ଅଗ୍ନିକାଣ୍ଡ: ୩୦ ଝୁମ୍ପୁଡି ଘର ପୋଡି ପାଉଁଶ, ୭ମୃତ

ନୂଆଦିଲ୍ଲୀ : ଦିଲ୍ଲୀର ଗୋକଲପୁର ଥାନା ଅନ୍ତର୍ଗତ ଗୋକଲପୁର ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ୩୦ଟି ଝୁମ୍ପୁଡି ଘର ପୋଡି ପାଉଁଶ ହୋଇ ଯାଇଛି।
ସୂଚନା ଅନୁଯାୟୀ, ଗୋକଲପୁରୀ ଥାନା ଅଞ୍ଚଳରେ ଶୁକ୍ରାବାର ବିଳମ୍ବିତ ରାତିରେ ନିଆଁ ଲାଗି ଥିବା ନେଇ ଖବର ମିଳିଥିଲା। ତୁରନ୍ତ ଅଗ୍ନିଶମ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠାଇଯାଇଥିଲା। ପ୍ରାୟ ୧୩ଟି ଗାଡି ନିଆଁ ଲିଭାଇବା କାର୍ଯ୍ଯରେ ନିୟୋଜିତ ରହିଥିଲେ। ଭୋର ୪ ଟା ଯାଏଁ ନିଆଁ ଲିଭାଇବା କାର୍ଯ୍ଯ କରାଯାଇଥିଲା। ଏହାସହ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡର କାରଣ ଏଯାଏଁ ଅସ୍ପଷ୍ଟ ରହିଥିବା ବେଳେ ଘଟଣାର ତଦନ୍ତ କରାଯାଉଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି।