ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୭ ଆହତ

ଭଦ୍ରକ: ରାଜପଥରେ ଠିଆ ହୋଇଥିବା ଟ୍ରକକୁ ପଛରୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣାରେ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ଲାଗି ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି। ୧୬ ନମ୍ବର ଜାତୀୟ ରାଜପଥରେ ହୋଇଛି ଦୁର୍ଘଟଣା । ଭଦ୍ରକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ବୀଣା ପେଟ୍ରୋଲ ଫମ୍ପ ନିକଟରେ ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଶୁଭଲଷ୍ମୀ ନାମକ ଏକ ବସ ଭୁବନେଶ୍ୱର ରୁ କଲିକତା ଅଭିମୁଖେ ଯାଉଥିବା ବେଳେ ଭଦ୍ରକ ୧୬ ନଂ ଜାତୀୟ ରାଜପଥର ବୀଣା ପେଟ୍ରୋଲ ଫମ୍ପ ନିକଟରେ ଏକ ଟ୍ରକକୁ ପଛ ଆଡୁ ଧକ୍କା ଦେଇଥିଲା । ବସର ବାମ ପାର୍ଶ୍ଵରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କୁ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରାଯାଇଛି । ଅନେକ ଯାତ୍ରୀ ମେଡିକାଲରୁ ପ୍ରାଥମିକ ଚିକିତ୍ସା ପରେ ଫେରିଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଁଚିଥିବା ବେଳେ ବସର ଡ୍ରାଇଭର ଓ ଅନ୍ୟ କର୍ମଚାରୀ ଫେରାର ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.