ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁରୀ ଜିଲ୍ଲାରେ ଆରମ୍ଭ ହେଲା ସେରୋସର୍ଭେ

ପୁରୀ : ପୁରୀ ଜିଲ୍ଲାରେ ଶୁକ୍ରବାରଠାରୁ ସେରୋଲୋଜିକାଲ ସର୍ଭେ ତଥା ଆଣ୍ଟିବଡି ଟେଷ୍ଟ (ରୋଗ ପ୍ରତିରୋଧକ ଶକ୍ତି) ଆରମ୍ଭ ହୋଇଛି। ଏହା ତିନିଦିନ ଧରି ଚାଲିବ। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ର (ଆରଏମଆରସି) ପକ୍ଷରୁ ଏହି ସର୍ଭେ କରାଯାଉଛି । କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହି ସର୍ଭେକୁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି । ରାଜ୍ୟର ପୁରୀ ସମେତ ୧୨ଟି ଜିଲ୍ଲାରେ ଏଥିନିମନ୍ତେ ବିଭିନ୍ନ ବୟସ ସୀମାର ବ୍ୟକ୍ତିବିଶେଷ ଓ ସ୍ବାସ୍ଥ୍ୟକର୍ମୀମାନଙ୍କ ନମୁନା ସଂଗ୍ରହ କରାଯିବ ।

ଶୁକ୍ରବାର ପୁରୀ ପୌରସଂସ୍ଥାର ୮, ୨୦ ଓ ୨୯ ନମ୍ବର ୱାର୍ଡ, ଶନିବାର କୃଷ୍ଣପ୍ରସାଦର ସାତପଡା, ବ୍ରହ୍ମଗିରିର କପିଳେଶ୍ବପୁର, ସତ୍ୟବାଦୀର ବଳପୁର ଓ ଗୋପର ଏରବଙ୍ଗ ଏବଂ ରବିବାର କାକଟପ୍ରୁର ସୁହାନପୁର, ଡେଲାଙ୍ଗର ବେରବୋଇ ଏବଂ ନିମାପଡାର ବଡମାଛପୁର ପଞ୍ଚାୟତରେ ଏହି ସର୍ଭେ କରାଯିବ । ଏଥିନିମନ୍ତେ ବିଭିନ୍ନ ବୟସ ସୀମାରୁ ୪୦୦ ଜଣ ଏବଂ ୧୦୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କଠାରୁ ନମୁନା ସଂଗ୍ରହ କରାଯିବ । ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ବିରଜା ଶଙ୍କର ରଥ ନୋଡାଲ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି । ଆରଏମଆରସି ପକ୍ଷରୁ ଡଃ ଦେବବ୍ରତ ଆଚାର୍ୟ୍ୟ, ଡଃ ଶ୍ରୀକାନ୍ତ କାନୁନଗୋ ଓ ଡଃ ହରିରାମ ଚୌଧୁରୀ ପ୍ରମୁଖ ସାମିଲ ଅଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆଶା ସଂଯୋଜକ ଅଶୋକ କୁମାର ସାହୁ, ଏପିଏମ୍ ସନ୍ତୋଷ କୁମାର ମିଶ୍ର ଓ ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ସାମିଲ ରହିଛନ୍ତି ।

Leave A Reply

Your email address will not be published.