ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମଧ୍ୟପ୍ରଦେଶ ରେୱାରେ ସିରିଜ୍ ଦୁର୍ଘଟଣା; ୧୪ ମୃତ, ୪୦ ଜଣ ଆହତ

ଭୋପାଳ: ଦୀପାବଳି ପୂର୍ବରୁ ମର୍ମନ୍ତୁଦ ଦୁର୍ଘଟଣା । ଅଧାରେ ରହିଗଲା ଦୀପାବଳି । ମଧ୍ୟପ୍ରଦେଶ ରେୱାରେ ସିରିଜ୍ ଦୁର୍ଘଟଣା ଘଟି ୧୪ ଜଣ ପ୍ରାଣ ହରାଇଛନ୍ତି । ହାଇଦ୍ରାବାଦରୁ ଗୋରଖପୁର ଯାଉଥିବା ବସ୍‌ ଟ୍ରକକୁ ଧକ୍କା ଦେଇଛି । ୪୦ ଜଣ ଆହତ ହୋଇଥିବା ବେଳେ ୨୦ ଗୁରୁତରଙ୍କୁ ପ୍ରୟାଗରାଜ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ୩୦ ନମ୍ବର ଜାତୀୟ ରାଜପଥରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍ ସାମ୍ନାରେ ଥିବା ଏକ ଟ୍ରଲରକୁ ଧକ୍କା ଦେଇଥିଲା । ଏହାର ପଛେ ପଛେ ଆସୁଥିବା ଯାତ୍ରୀବାହୀ ବସ୍ ମଧ୍ୟ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ସମସ୍ତ ଯାତ୍ରୀ ଉତ୍ତର ପ୍ରଦେଶର ହୋଇଥିବା ବେଳେ ଘରକୁ ଦୀପାବଳି ପାଳିବାକୁ ଯାଉଥିଲେ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ରାତି ୧୧ଟାରେ ସୁହାଗି ପାହାଡି ନିକଟରେ ଦୁର୍ଘଟଣା ଘଟିଥିଲା । ମଧ୍ୟପ୍ରଦେଶର ଜବଲପୁରରୁ ରିୱା ଦେଇ ବସଟି ହାଇଦ୍ରାବାଦରୁ ପ୍ରୟାଗରାଜ ଯାଉଥିଲା । ଏହି ସମୟରେ ଘାଟିରୁ ବସ୍‌ଟି ତଳକୁ ଓହ୍ଲାଇବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଦୁର୍ଘଟଣା ବେଳେ ବସ ଦ୍ରୁତଗତିରେ ଥିଲା ।

Leave A Reply

Your email address will not be published.