ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏନଡିଟିଭିରୁ ଇସ୍ତଫା ଦେଲେ ବରିଷ୍ଠ ସାମ୍ବାଦିକ ରବିଶ କୁମାର

ନୂଆଦିଲ୍ଲୀ : ଏନଡିଟିଭିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ରବିଶ କୁମାର। ଗତକାଲି ଏନଡିଟିଭିର ବୋର୍ଡରୁ ଦୁଇ ପ୍ରତିଷ୍ଠାତା ପ୍ରଣୟ ରୟ ଏବଂ ରାଧିକା ରୟ ଇସ୍ତଫା ଦେବା ପରେ ଆଜି କମ୍ପାନୀର ବିଶ୍ୱସ୍ତ କର୍ମଚାରୀ ତଥା ପ୍ରତିଷ୍ଠିତ ସାମ୍ବାଦିକ ରବିଶ କୁମାର ମଧ୍ୟ ଇସ୍ତଫା ଦେଇଛନ୍ତି।

ଗତକାଲି ଏନଡିଟିଭିରୁ ପ୍ରଣୟ ରଏ ଏବଂ ତାଙ୍କ ପତ୍ନୀ ରାଧିକା ରଏ ଇସ୍ତଫା ଦେଇଥିଲେ । ଉଭୟ ନୂଆଦିଲ୍ଲୀ ଟେଲିଭିଜନ ଟେଲିଭିଜନ ଲିମିଟେଡ୍(ଏନଡିଟିଭି)ର ବୋର୍ଡ ଅଫ ଡାଇରେକ୍ଟର୍ସ ପଦରୁ ଇସ୍ତଫା ଦେଇଥିଲେ।ମଙ୍ଗଳବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ଏନଡିଟିଭି ପକ୍ଷରୁ ଅବଗତ କରାଯାଇଛି । ଆଉ ଏହା ମଙ୍ଗଳବାରଠାରୁ କାର୍ଯ୍ୟକାରୀ ହୋଇଛି । ଏବେ ଏହି ବୋର୍ଡରେ ଏଣ୍ଟ୍ରୀ ମାରିଛନ୍ତି ସୁଦୀପ ଭଟ୍ଟାଚାର୍ଯ୍ୟ, ସଞ୍ଜୟ ପୁଗଲିଆ ଏବଂ ସେନଥିଲ ସିନିଆ ଚେଙ୍ଗଲଭରାୟଣ । ଏହି ତିନି ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦେଇ ଆଦାନୀ ଗ୍ରୁପ୍ ଏହି ବୋର୍ଡରେ ଏଣ୍ଟ୍ରୀ ମାରିଛି । ପ୍ରଣୟ ରୟ ଏବଂ ରାଧିକ ରୟ ଇସ୍ତଫା ଦେବାର ଦିନକ ପରେ ଆଦାନୀର ଇକ୍ୱିଟି କ୍ୟାପିଟାଲର ୯୯.୫ ପ୍ରତିଶତ ଅଂଶଧନ ଭିସିପିଏଲକୁ ଯାଇଛି । ଆଦାନି ଗ୍ରୁପର ମିଡିଆ ନେଟୱାର୍କ ହେଉଛି ବିଶ୍ୱପ୍ରଧାନ କମର୍ସିଆଲ ପ୍ରାଇଭେଟ୍ ଲିମିଟେଡ୍ ।

ତେବେ ଏସିଆର ଏକ ନମ୍ବର ଧନୀ ତଥା ଉଦ୍ୟୋଗପତି ଗୌତମ ଆଦାନୀଙ୍କ କମ୍ପାନି ଅଦାନୀ ଗ୍ରୁପ ଏନଡିଟିଭିକୁ କିଣିବା ପରେ ନିଜ ପଦରୁ ଇସ୍ତଫା ଦେବାକୁ ପ୍ରଣୟ ଏବଂ ରାଧିକା ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାପଡିଛି। ପ୍ରଣୟ ଓ ରାଧିକା ଇସ୍ତଫା ଦେବାପରେ ଏନଡିଟିଭିର ଖବର ପ୍ରସାରଣ ଶୈଳୀ ଏବଂ ପ୍ରତିଷ୍ଠିତ ସାମ୍ବାଦିକ ରବିଶ କୁମାରଙ୍କ ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଲାଗିରହିଥିବା ବେଳେ ସେ ଇସ୍ତଫା ଦେଇଛନ୍ତି।

Leave A Reply

Your email address will not be published.