ବରିଷ୍ଠ ନାଗରିକଙ୍କୁ ଖୁବଶୀଘ୍ର ଦିଆଯିବ କରୋନା ଟିକା- ବିଏମ୍ସି କମିଶନର

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ମାସରୁ ବରିଷ୍ଠ ନାଗରିକଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହିପରିପେକ୍ଷୀରେ ବରିଷ୍ଠ ନାଗରିକଙ୍କ ତଥ୍ୟ ସଂଗ୍ରହ ଚାଲିଛି ବୋଲି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।
ବିଏମ୍ସି କମିଶନର କହିଛନ୍ତି ଯେ, ବରିଷ୍ଠ ନାଗରିକଙ୍କ ତଥ୍ୟ ସଂଗ୍ରହ ଚାଲିଛି। ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପ୍ରସ୍ତୁତି ଚାଲିଛି । ସର୍ଭେ ଅନୁସାରେ ୨୦ରୁ ୨୫ହଜାର ବରିଷ୍ଠ ନାଗରିକ ଅଛନ୍ତି । ସେଥିଲାଗି ୩ଟି ଜୋନ୍ରେ ୩ଟି ଟିମ୍ ସେମାନଙ୍କ ତଥ୍ୟ ସଂଗ୍ରହ କରୁଛନ୍ତି। ତେବେ ପୂର୍ବରୁ ଯେଉଁ ହସ୍ପିଟାଲରେ ଟିକା ଦିଆଯାଉଥିଲା ସେହି ହସ୍ପିଟାଲରେ ଟିକା ଦିଆଯିବ । ସମ୍ପୂର୍ଣ୍ଣ ଡାଟା ଆସିଲେ ସୂଚନା ଦିଆଯିବ ବୋଲି ବିଏମ୍ସି କମିଶନର କହିଛନ୍ତି।