ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିନରାତି କିଛି ମାନୁନାହାଁନ୍ତି ଦୁର୍ବୃତ୍ତ: ଦିନ ଦ୍ବିପ୍ରହରେ ଛିନତାଇର ଶିକାର ହେଲେ ଅବସରପ୍ରାପ୍ତ ଓଏଫଏସ୍ ଅଫିସର୍

ପାଟ୍ରୋଲିଂ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ଝାଡିଲେ ଫକୀରମୋହ ନନଗରବାସୀ

ବାଲେଶ୍ବର: ବାଲେଶ୍ବରରେ ଦିନକୁ ଦିନ ଆଇନଶୃଙ୍ଖଳା ବିପର୍ଯ୍ଯସ୍ତ ହେବାରେ ଲାଗିଛି। ବ୍ୟବସ୍ଥା କଡାକଡି ହେଉନଥିବା ବେଳେ ଏହାର ସୁଯୋଗ ନେଇ ସାଧାରଣ ଲୋକଙ୍କୁ ଲୁଟୁଛନ୍ତି। ଯାହାର ପଦକ୍ଷେପ ମଧ୍ୟ ଶୂନ୍। ଦିନକୁ ଦିନ ବାଲେଶ୍ବର ସହରରେ ଛିନତାଇ ବଢିବାରେ ଲାଗିଛି। ରାତି ତ ଦୂରର କଥା ଦିନ ଦ୍ବିପ୍ରହରେ ଲୋକେ ଛିନତାଇର ଶିକାର ହେଉଛନ୍ତି। ଏପରି ଏକ ଘଟଣା ମଙ୍ଗଳବାର ଦିନ ୧ ଟା ସମୟରେ ଫକୀରମୋହନ ନଗରରେ ଘଟିଯାଇଛି। ଜଣେ ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ଓଏଫଏସ୍ ଅଫିସର ଶଚୀନ୍ଦ୍ର ଦାସ ଛିନତାଇର ଶିକାର ହୋଇଛନ୍ତି।

ଶଚୀନ୍ଦ୍ର ଦାସଙ୍କ କହିବା ଅନୁଯାୟୀ, ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଜଳ ଦାନ କାର୍ଯ୍ଯକ୍ରମ ସାରି ଘରକୁ ଫେରୁଥିଲେ। ଘରକୁ ପହଞ୍ଚିବାର ମାତ୍ର ୨ ଶହ ମିଟର ଦୂର ଗଳିରେ ବାଇକରେ ଦୁଇ ଦୁର୍ବୃତ୍ତ ମୁହଁ ଘୋଡାଇ ତାଙ୍କ ଆଗରେ ଛିଡା ହୋଇଗଲେ। କାହିଁକି ଛିଡାହେଲେ ବୋଲି ଶଚୀନ୍ଦ୍ର ପଚାରିବା ପରେ ସେମାନେ କହିଥିଲେ,ଏସପି ମନା କରିଛନ୍ତି ସୁନାଗହଣା ପିନ୍ଧିବା ପାଇଁ କହି ତାଗିଦ କରିଥିଲେ। ତେଣୁ ଏ ସୁନାଗହଣା ବାହାର କରିଦିଅନ୍ତୁ କହି ଶଚୀନ୍ଦ୍ରଙ୍କ ସାତରୁ ଦୁଇଟି ସୁନା ମୁଦି ଓ ବେକରୁ ଗୋଟିଏ ସୁନା ହାର ଜବରଦସ୍ତି କାଢି ଗୋଟେ କାଗଜରେ ରଖିଥିଲେ। ପରେ ଏକ ବାଲି ଥିବା କାଗଜ ଶଚୀନ୍ଦ୍ରଙ୍କ ପକେଟ୍ ରେ ପୁରାଇ ସୁନା ଥିବା କାଗଜ ଧରି ଫେରାର ହୋଇମାଇଥିଲେ। ଏଭିତରେ ଶଚୀନ୍ଦ୍ର ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରି ଗୋଡେଇଥିଲେ ମଧ୍ୟ ସେମାନଙ୍କୁ ଧରିବା ସମ୍ଭବ ହୋଇନଥିଲା। ବରଂ ଶଚୀନ୍ଦ୍ର ତଳେ ପଡିଯାଇଥିଲେ। ତେବେ ଏନେଇ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ପିସିଆର୍ ଭେନ୍ କୁ କଲ୍ କରିଥିଲେ। ପରେ ପିସିଆର୍ ଭେନ୍ ଘଟଣାସ୍ଥଳ ଅର୍ଥାତ ଶଚୀନ୍ଦ୍ରଙ୍କ ଘରେ ପହଞ୍ଚି ଘଟଣା ବାବଦରେ ବୁଝାବୁଝି କରିଥିଲେ। ଦିନ ଦ୍ବିପ୍ରହରେ ଛିନତାଇ ନେଇ ଶଚୀନ୍ଦ୍ର ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଏନେଇ ପୁଲିସ ତଦନ୍ତ କରୁଥିବା ଶଚୀନ୍ଦ୍ର ଦାସ ପ୍ରକାଶ କରିଥିଲେ।

ବାଲେଶ୍ବରରେ ଦିନକୁ ଦିନ ଅସୁରକ୍ଷିତ ପାଲଟିଯାଉଛି। ରାସ୍ତାରେ ସୁରକ୍ଷା ଭାବେ ଚାଲିବା ସମ୍ଭବ ହେଉନି। ମହିଳା, ପୁରୁଷ, ବରିଷ୍ଠ ନାଗରିକ ଏପରି ଘଟଣାକୁ ବେଶ୍ ଚିନ୍ତିତ ମଧ୍ୟ ଅଛନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକ ବେଶ ଅସନ୍ତୋଷ ପ୍ରକାଶ କରିଛନ୍ତି। ପାଟ୍ରୋଲିଂ ହେଉନଥିବା ନେଇ ବିରକ୍ତ ପ୍ରକାଶ କରୁଥିଲେ। ଏନେଇ ଗୌରାଙ୍ଗ ପାଣିଗ୍ରାହୀ କହିଥିଲେ,’ବାଲେଶ୍ବରରେ ଦିନବେଳା ଛିନତାଇ ହେଉଛି। ଏନେଇ ପୁଲିସର କିଛି ପଦକ୍ଷେପ ନାହିଁ। ପୁଲିସର ଅପାରଗତା ପାଇଁ ସହରରେ ଏପରି ଉପଦ୍ରବ ବଢିଚାଲିଛି। ଛିନତାଇ ଘଟଣାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଉଛି। ଛିନତାଇ ଘଟଣାରେ କାହାକୁ ବି ପୁଲିସ ଧରିପାରୁନି। ବାଲେଶ୍ବର ସହରର ବିଭିନ୍ନ ଟ୍ରାଫିକ୍ ପୋଷ୍ଟ୍ ରେ ଲାଗିଥିବା ସବୁ ସିସିଟିଭି କ୍ୟାମେରା କାମ କରୁନି। ନାମକୁ ମାତ୍ର ଲଗାଯାଇଛି। ବାଲେଶ୍ବରର ସବୁ ଥାନାରେ ଯେତିକି କର୍ମଚାରୀ ରହିବା କଥା ନାହାନ୍ତି। ଏମିତିକି ସହଦେବଖୁଣ୍ଟା ଥାନାରେ ଦୁଇ ବର୍ଷ ହେଲା ଅଧିକାରୀ ନାହାନ୍ତି। ଯାହାକୁ ଆଦର୍ଶ ଥାନା ବୋଲି ନାମିତ ହୋଇଛି। ଏନେଇ ତିନି ଦିନ ତଳେ ସିଭିଲ ସୋସାଇଟି ପକ୍ଷରୁ ଏକ।ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଛି’। ଆଇଟିଆଇ ଆଖପାଖ ଅଞ୍ଚଳରେ ଲୁଟେରାଙ୍କ ଆତଙ୍କରେ ଆତଙ୍କିତ ଜନତା। ତେଣୁ ପୋଲିସ ପାଟ୍ରୋଲିଂ ସହ ଏକ ଫାଣ୍ଡିର ଖୁବ ଆବଶ୍ୟକତା ରହିଛି’ ବୋଲି ସ୍ଥାନୀୟ ଅଞ୍ଚଳର ସମ୍ବିତ ବେହେରା କହିଛନ୍ତି।

Leave A Reply

Your email address will not be published.