ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବରିଷ୍ଠ ନାଗରିକଙ୍କ ପାଇଁ ବିଏମସିର ସ୍ବତନ୍ତ୍ର ପଦକ୍ଷେପ: ୧୯୨୯କୁ କଲ୍ କଲେ ପାଖରେ ପାଇବେ ଟେଷ୍ଟିଂ ଓ ଟିକାକରଣ ସୁବିଧା

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ବରିଷ୍ଠ ନାଗରିକଙ୍କ ପାଇଁ ବଡ଼ ପଦକ୍ଷେପ ନେଇଛି ବିଏମସି । ୬୦ରୁ ଅଧିକ ବୟସ୍କ ଯେଉଁମାନେ ଟେଷ୍ଟିଂ ସେଣ୍ଟରକୁ ଆସିପାରୁ ନାହାନ୍ତି ସେମାନଙ୍କ ଘରକୁ ବିଏମସି ପଠାଇବ ମୋବାଇଲ୍ ଟିମ୍ । ଟେଷ୍ଟିଂ ଭଳି ଟିକାକରଣ ପାଇଁ ମଧ୍ୟ ଟିିିିିକାକେନ୍ଦ୍ରକୁ ଆଣି ଟିକା ଦେଇ ଘରେ ଛାଡ଼ିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଆସନ୍ତା ସୋମବାରରୁ ଏହି ସୁବିଧା କାର୍ଯ୍ୟକ୍ଷମ ହେବ ବୋଲି ବିଏମସିର ନୂତନ କମିଶନର ସଞ୍ଜୟ ସିଂହ ପ୍ରେସମିଟରେ ସୂଚନା ଦେଇଛନ୍ତି । ଲକଡାଉନ୍ ଓ ସଟଡାଉନ୍ ମାନି ଚଳିବା । କରୋନାର କୌଣସି ଲକ୍ଷଣ ଦେଖାଗଲେ ଏଡ଼ାଇ ଯାଆନ୍ତୁ ନାହିଁ । ବିଏମସିର ୧୯୨୯ କଲ୍ ସେଣ୍ଟର କାର୍ଯ୍ୟକ୍ଷମ ରହିଛି । ୧୯୨୯ରେ କଲ୍ କରି ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ ।

ଟିକାକରଣ ଚାଲିଥିବା ବେଳେ ଟିକାକେନ୍ଦ୍ର ବଢ଼ାଇବାକୁ ବିଏମସି ଯୋଜନା କରିଛି । ଟେଷ୍ଟିଂ ପାଇଁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ସେହିଭଳି ଏକାକୀ ରହୁଥିବା ବରିଷ୍ଠ ନାଗରିକ ଟିକାକରଣ ପାଇଁ ୧୯୨୯ରେ କଲ୍ କରିବେ । ଆମେ ତାଙ୍କୁ ଘରୁ ନେଇ ଟିକାକରଣ କେନ୍ଦ୍ରରେ ଟିକା ଦେବା ପରେ ଘରେ ଛାଡ଼ିବା ବ୍ୟବସ୍ଥା କରୁଛୁ ବୋଲି କହିଛନ୍ତି ବିଏମସି କମିଶନର ।

ଡ୍ରାଇଭ୍-ଇନ୍ ଭ୍ୟାକ୍ସିନ୍ କାର୍ଯ୍ୟକ୍ରମ ଜାରି ରହିବ । ସେଥିପାଇଁ କୋୱିନ୍ ପୋର୍ଟାଲରେ ସ୍ଲଟ୍ ବୁକିଂ ଆରମ୍ଭ ହେବ । ସଂକ୍ରମଣ ମାମଲାକୁ ଦେଖି ବେଡ୍ ସଂଖ୍ୟା ବୃଦ୍ଧି କରାଯାଉଥିବା କମିଶନର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.