ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପେନ୍‌ସନଭୋଗୀଙ୍କୁ ହ୍ବାଟ୍ସଆପ୍‌ରେ ମିଳିବ ପେନ୍‌ସନ ସ୍ଲିପ୍

ନୂଆଦିଲ୍ଳୀ: ଦେଶର ସବୁଠୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ (ଏସବିଆଇ) ଏହାର ସେବାରେ ଆଉ ଏକ ସେବା ଯୋଡ଼ିଛି। ଷ୍ଟେଟ ବ୍ୟାଙ୍କ୍ ବରିଷ୍ଠ ନାଗରିକଙ୍କ ପାଇଁ ଏକ ନୂଆ ସୁବିଧା ଆରମ୍ଭ କରିଛି। ଏହି ନୂଆ ସୁବିଧା ଅନୁଯାୟୀ ଏବେ ପେନସନଭୋଗୀ ହ୍ବାଟ୍ସଆପ୍  ମାଧ୍ୟମରେ ନିଜର ପେନ୍‌ସନ ସ୍ଲିପ୍ ପାଇପାରିବେ। ଏସ୍‌ବିଆଇ ତରଫରୁ ଏ ନେଇ ଟ୍ବିଟ କରି ସୂଚନା ଦିଆଯାଇଛି। ଏହାଦ୍ବାରା ଅତି ସହଜରେ ପେନ୍‌ସନ୍‌ଭୋଗୀ ନିଜର ପେନ୍‌ସନ ସ୍ଲିପ୍ ପାଇପାରିବେ। ଏହି ସେବାକୁ ଆରମ୍ଭ କରିବା ପାଇଁ ହ୍ବାଟ୍ସଆପ୍‌ରେ ଗ୍ରାହକଙ୍କୁ ନିଜର ପଞ୍ଜୀକୃତ ମୋବାଇଲ ନମ୍ବରରୁ +୯୧ ୯୦୨୨୬୯୦୨୨୬ ରେ ‘ହାଏ’ ମେସେଜ୍ ପଠାଇବାକୁ ହେବ। ଏହାପରେ ଆପଣଙ୍କୁ ଏକ ମେସେଜ୍‌ ପ୍ରାପ୍ତ ହେବ, ଏଥିରେ ବାଲାନ୍ସ ଏନକ୍ବାଏରୀ, ମିନି ଷ୍ଟେଟମେଣ୍ଟ ଏବଂ ପନ୍‌ସନ ସ୍ଲିପ୍ ଅପ୍‌ସନ ଆସିବ। ଆପଣଙ୍କୁ ଏଠାରେ ପେନ୍‌ସନ ସ୍ଲିପ୍‌କୁ ଟ୍ୟାପ୍ କରିବାକୁ ପଡ଼ିବ ଏବଂ ଆପଣ ଚାହୁଥିବା ମାସ୍‌ ଏଣ୍ଟ୍ରି କରିବାକୁ ପଡ଼ିବ। କିଛି ସମୟ ପରେ ଆପଣଙ୍କୁ ପେନ୍‌ସନ ସ୍ଲିପ୍ ମିଳିଯିବ।

Leave A Reply

Your email address will not be published.