ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପରିଚୟ ସହ ସ୍ବାବଲମ୍ବୀ କରିଛି ‘ମିଶନ ଶକ୍ତି‘

ଭୁବନେଶ୍ୱର : ରାଜ୍ୟର ମା’ମାନଙ୍କ ଉପରେ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଭରସାକୁ ମଧ୍ୟ ମା’ ମାନେ ଅନୁରୂପ ଭାବରେ ପୂରଣ କରିବାକୁ ସକ୍ଷମ ହୋଇଛନ୍ତି। ଏପରିକି ମହାମାରୀ କରୋନା ସମୟରେ ମଧ୍ୟ ମା’ମାନେ କେବଳ କରୋନା ପରିଚାଳନା ନୁହେଁ ଅନ୍ୟ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ରାଜ୍ୟର ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ। କରୋନା କାଳରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ସମୟରେ ମହିଳାମାନେ ଗୁରୁ ଦାୟିତ୍ୱବହନ କରିଛନ୍ତି। ଏହି ସମୟରେ କୃଷିକ୍ଷେତ୍ରରେ ୧୭୩୧୯ ମିଶନ ଶକ୍ତିର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ସାମିଲ ହୋଇଥିଲେ। ସେଥୁରୁ ୧୦୯୮୪ କୋଟି ଟଙ୍କାର ରୋଜଗାର କରି ମହାମାରୀ ସମୟରେ ସ୍ବାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି।

ସେହିପରି ୩୨୫୯୭ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଅଣକୃଷିକ୍ଷେତ୍ରରେ ସାମିଲ ହୋଇ ଏହି ସମୟରେ ୮୬୧କୋଟି ଟଙ୍କାର ରାଜସ୍ବ ହାସଲ କରିପାରିଛନ୍ତି। ବିଶେଷକରି ଯେଉଁ ସମୟରେ ଲୋକମାନେ କରୋନା ଭୟରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଥିଲା, ସେସମୟରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନେ ଘରକୁ ଘର ବୁଲି ସେବା ଯୋଗାଉଥିଲେ। ପନିପରିବା ଓ ରାସନ୍ ଯୋଗାଇବା ପାଇଁ ୭୫୨ ଏସ୍ଏଚ୍‌ଜିଙ୍କ ଦ୍ବାରା ୫୯୮ଟି ଦୋକାନ ଓ ୧୫୪ଟି ଭ୍ୟାନ୍‌ରେ ୧୫୨୪୫ କ୍ରିଣ୍ଟାଲ ସାମଗ୍ରୀ ବିକ୍ରି କରିଥିବା ସୂଚନା ମିଳିଛି। ଏଥିପାଇଁ ସେମାନେ ୩୦୪ ଲକ୍ଷ ଟଙ୍କାର ରାଜସ୍ବ ଆଦାୟ କରି ୭୬ ଲକ୍ଷରୁ ଊର୍ଦ୍ଧ୍ବ ରାଜସ୍ବ ହାସଲ କରିପାରିଛନ୍ତି। ବିଶେଷକରି ଯେଉଁ ସମୟରେ ଲୋକମାନେ କରୋନା ଭୟରେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଥିଲା, ସେସମୟରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟାମାନେ ଘରକୁ ଘର ବୁଲି ସେବା ଯୋଗାଉଥିଲେ।

ପନିପରିବା ଓ ରାସନ୍ ଯୋଗାଇବା ପାଇଁ ୭୫୨ ଏସ୍ଏଚ୍‌ଜିଙ୍କ ଦ୍ବାରା ୫୯୮ଟି ଦୋକାନ ଓ ୧୫୪ଟି ଭ୍ୟାନ୍‌ରେ ୧୫୨୪୫ କ୍ବିଣ୍ଟାଲ ସାମଗ୍ରୀ ବିକ୍ରି କରିଥିବା ସୂଚନା ମିଳିଛି। ଏଥିପାଇଁ ସେମାନେ ୩୦୪ ଲକ୍ଷ ଟଙ୍କାର ରାଜସ୍ବ ଆଦାୟ କରି ୭୬ ଲକ୍ଷରୁ ଊର୍ଦ୍ଧ୍ବ ଛେଳି ପାଳନ ଆଦି କରି ମହିଳା ସଦସ୍ୟାମାନେ ୪୬୪୫ ଲକ୍ଷ ଟଙ୍କାର ଲାଭ ପାଇଛନ୍ତି। କରୋନା ମହାମାରୀ ସମୟରେ ମହିଳାଙ୍କ ମାସ୍କ ତିଆରି ଓ ବିକ୍ରି ସେମାନଙ୍କୁ ଅଧିକ ସ୍ବାବଲମ୍ବୀ କରିଥିଲା। ୧୩୪୧ ଏସ୍ଏଚ୍‌ଜିର ସଦସ୍ୟ ୭୩ଲକ୍ଷରୁ ଉର୍ଦ୍ଧ୍ବ ମାସ୍କ ତିଆରି କରି ବିକ୍ରି କରି ୧୧୦୧ ଲକ୍ଷ ଟଙ୍କାର ରାଜସ୍ବ ହାସଲ କରିପାରିଛନ୍ତି । ଖାଦ୍ୟ ପରିଚାଳନାରେ ୮୪୪୮ ଏସ୍ଏଚ୍‌ଜି ୨କୋଟିରୁ ଉର୍ଦ୍ଧ୍ବ ଟଙ୍କାର ରନ୍ଧା ଖାଦ୍ୟ ଯୋଗାଇ ୪୨୬ ଲକ୍ଷ ଟଙ୍କା ରୋଜଗାର କରିବାକୁ ସକ୍ଷମ ହୋଇଛନ୍ତି।

ସେହିପରି ପିଡିଏସ୍ ଯୋଗାଣ, ଆଧାରକେନ୍ଦ୍ର ପରିଚାଳନା, ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଆଦି କ୍ଷେତ୍ରରେ ମହିଳା ଏସ୍ଏଚ୍‌ଜିଙ୍କ ଭାଗିଦାରୀ ଯୋଗୁଁ ମହାମାରୀ ସମୟର ସ୍ଥିତି ପରିଚାଳନା ସଫଳ ହୋଇପାରିଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ମହିଳାମାନେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ମାଧ୍ୟମରେ ୧ଲକ୍ଷ ୯୪ହଜାର ୭ଶହ ୪୫ ଜଣ ପ୍ରାପ୍ତ ବୟସ୍କ ଓ ୬ହଜାର ୮ ଶହ ପିଲାମାନଙ୍କୁ ସେବା ଯୋଗାଇବା ସହ ଖାଦ୍ୟ ଯୋଗାଇଥିବା ସୂଚନା ମିଳିଛି। କେବଳ ସେତିକି ନୁହେଁ ୨୩ଟି ଏସ୍ଏଚ୍‌ଜିର ମା’ମାନଙ୍କ ଦ୍ବାରା ହସ୍ପିଟାଲ ଖାଦ୍ୟ ପ୍ରସ୍ତୁତ କରି ଯୋଗାଇଦିଆଯାଉଥିଲା। ୧୧୪ ପୌରାଞ୍ଚଳରେ ୬ହଜାର ୯୩୭ଟି ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ସହରାଞ୍ଚଳ ରୋଜଗାର ଯୋଗାଣ, ୧୯୭ଜଣ ସଦସ୍ୟ ଜଳସାଥୀ ଓ ୧୨୭୨ ସ୍ଵଚ୍ଛସାଥୀ – ୨୨ହଜାର୩୫୦ ଘରକୁ ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରୁଛନ୍ତି। ଏଥିପାଇଁ ସମୁଦାୟ ୩୨ହଜାର ୫ଶହ ୯୭ଜଣ ମହିଳା ସଦସ୍ୟା ୨୬୩୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ରୋଜଗାର କରିଛନ୍ତି। ରାଜ୍ୟରେ ମହିଳା ଉଦ୍ୟୋଗୀକରଣ ସରକାରୀସ୍ତରରେ ସହଯୋଗ କରିଛି। ମହିଳାମାନେ ନିଜର ଜୀବନଳୀବିକା ବଞ୍ଚାଇବା ସହ ପରିବାର ବୋଝ ମୁଣ୍ଡାଇବାରେ ସଫଳ ହୋଇପାରିଛନ୍ତି।

Leave A Reply

Your email address will not be published.