ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଥମୁନି ଧଳାଜହର କାରବାର: ୧୧ କୋଟିକୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ, ୬ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଥମିବାର ନାଁ ନେଉ ନାହିଁ ବ୍ରାଉନସୁଗର କାରବାର। ହାତ ପାହାନ୍ତାରେ ନିଶାଦ୍ରବ୍ୟ ମିଳୁଥିବାରୁ ସହଜରେ କିଣି ସେବନ କରୁଛନ୍ତି ଲୋକେ। ଚଳିତ ବର୍ଷର ସବୁଠୁ ବଡ଼ ପରିମାଣର ବ୍ରାଉନସୁଗାର ଜବତ କରିଛି ବାଲେଶ୍ବର ପୁଲିସ । ୧୦ କେଜିର ବ୍ରାଉନସୁଗାର ଜବତ କରିଛି ପୁଲିସ। ଯାହାର ଆନୁମାନିକ ମୂଲ୍ୟ ୧୧ କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିିଛି। ଏଥିସହ ୬ ଜଣ ଧଳାଜହର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ମଧ୍ୟପ୍ରଦେଶର ଆୟୁବ ବୋଲି ଜଣାପଡ଼ିଛି। ଏ ନେଇ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ।  ଅନ୍ୟ ସହଯୋଗୀ ହେଲେ- ଲାଡେନ ଏସକେ ସଫିକ୍ , ଏସକେ ରାଜୁ, ବାବୁ, ରିଣ୍ଟୁ ଓ ରିତୁ ତରେଇ। ଉକ୍ତ ୫ ଅଭିଯୁକ୍ତ ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାରର ବୋଲି ଜଣାପଡିଛି।

Leave A Reply

Your email address will not be published.