୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବ୍ରାଉନସୁଗର ଜବତ କଲା ଟାଙ୍ଗୀ ଅବକାରୀ ପୁଲିସ୍, ୨ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଛଣଗିରି ଗ୍ରାମରେ ଚଢାଉ କରିଛି ଟାଙ୍ଗୀ ଅବକାରୀ ପୁଲିସ୍ । ଛଣଗିରୀ ଗ୍ରାମ ପଞ୍ଚାୟତର ତାରିଣୀ ଛକରେ ଚଢାଉ କରି ଦୁଇ ଜଣ ଧଳା ଜହର ବେପାରୀଙ୍କୁ ଗିରଫ କରିଛି ଅବକାରୀ ପୁଲିସ୍ । ଗିରଫ ଦୁଇ ବେପାରୀଙ୍କ ନିକଟରୁ ୫୦ ଗ୍ରାମ ଧଳା ଜହର ଜବତ କରିବାରେ ସକ୍ଷମ ହୋଇଛି ଅବକାରୀ ପୁଲିସ୍ । ଜବତ ଧଳା ଜହରର ବଜାର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡିଛି। ଗିରଫ ଧଳା ଜହର ବେପାରୀ ଦ୍ୱୟ ହେଲେ ଛଣଗିରି ପାଟଣା ସାହିର ପ୍ରଶାନ୍ତ କୁମାର ସାହୁ ଓ ଅରୁଣ କୁମାର ବେହେରା । ପ୍ରଶାନ୍ତ ସାହୁ ନିକଟରୁ ୩୫ ଗ୍ରାମ୍ ଧଳା ଜହର ଜବତ ହୋଇଥିବା ବେଳେ ଅରୁଣ ବେହେରା ଠାରୁ ୧୫ ଗ୍ରାମ ଧଳା ଜହର ଜବତ କରିଛି ଅବକାରୀ ପୁଲିସ୍ । ଅବକାରୀ ଇନସପେକ୍ଟର ଆଲୋକ କୁମାର ପ୍ରଧାନଙ୍କ ନେତୃତ୍ୱରେ ଛଣଗିରି ଗ୍ରାମରେ ଚଢାଉ କରାଯାଇଥିଲା । ଏହି ଚଢାଉରେ ଏସ୍ ଆଇ ସୁନିତା ଦଳେଇ,ଏଏସ୍ ଆଇ ବିଶ୍ୱମ୍ବର ବିଶ୍ୱାଳ, କନେଷ୍ଟ ବଳ ରତ୍ନାକର ଜାଲି, ଜିତେନ୍ଦ୍ର ହେମ୍ବ୍ରମ, ପୁରୁଷତ୍ତମ ପାଈକରାୟ, ଉର୍ମିଷ୍ଟା ସାମନ୍ତ ସିଂହାର ପ୍ରମୁଖ ସାମିଲ ହୋଇଥିଲେ। ଗିରଫ ଆସାମୀ ଦ୍ୱୟଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ ।

Leave a comment