ରାତି ପାହିଲେ ମହାଶିବରାତ୍ରି: ଚଳଚଞ୍ଚଳ ଏକାମ୍ରକ୍ଷେତ୍ର, ଦେଖନ୍ତୁ ଆଲୋକମାଳାରେ କିପରି ସଜେଇ ହୋଇଛି ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର : ରାତି ପାହିଲେ ପବିତ୍ର ମହାଶିବରାତ୍ରି । ଏଥିପାଇଁ ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିିଛି। ଜାଗର ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉକ୍ରଣ୍ଠା ଥିବା ବେଳେ ଶିବାଳୟଗୁଡ଼ିକୁ ସାଜସଜ୍ଜା କରାଯାଇଛି । ଲିଙ୍ଗରାଜଙ୍କଠୁ ଧବଳେଶ୍ୱର ରାଜ୍ୟର ପ୍ରମୁଖ ଶୈବପୀଠ ଗୁଡିକରେ ଶିବରାତ୍ରୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଲିଙ୍ଗରାଜ ମନ୍ଦିରକୁ ରଂଗୀନ ଆଲୋକରେ ସୁସଜ୍ଜିତ କରାଯାଇଛି। ଆଲୋକମାଳାରେ ଶ୍ରୀଲିଙ୍ଗରାଜ ମନ୍ଦିର ଝଲସୁଛି। ଭକ୍ତଙ୍କୁ ଆକର୍ଷିତ କରୁଛି।
ଏକାମ୍ର କ୍ଷେତ୍ରରେ ଥିବା ବିଭିନ୍ନ ଶୈବପୀଠରେ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ। ଲିଙ୍ଗରାଜ ମନ୍ଦିରକୁ ରଂଗୀନ ଆଲୋକରେ ସୁସଜ୍ଜିତ କରାଯାଇଛି। ଆଲୋକମାଳାରେ ଶ୍ରୀଲିଙ୍ଗରାଜ ମନ୍ଦିର ଝଲସୁଛି। ଭକ୍ତଙ୍କୁ ଆକର୍ଷିତ କରୁଛି। ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରରେ ମହାଶିବରାତ୍ରି ପାଳନ ନେଇ ପୁଲିସର ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି।
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ରାତି ୨ ଟାରୁ ସେବାୟତ ପରିବାର ଉତ୍ତର ଦ୍ବାର ଦେଇ ପ୍ରବେଶ କରି ଦର୍ଶନ କରିବେ। ୩ ଟାରୁ ସିଂହ ଦ୍ବାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରିବେ। ରୋଷ ହୋମ ୬ଟା ୩୦, ଛାମୁ ପରିଷ୍କାର ଦିନ ୧୧ଟାରୁ ୧୨ଟା, ସାହାଣମେଳା ଦର୍ଶନ ଅପରାହ୍ଣ ୩ଟା ୪୫ରୁ ୪ଟା ୪୫, ମହାଦୀପ ଦର୍ଶନ ରାତି ୧୦ଟା, ସାହାଣ ମେଳା ଦର୍ଶନ ରାତି ୧୦ଟାରୁ ୧୧ଟା, ଭୁବନେଶ୍ବରୀଙ୍କ ସନ୍ଧ୍ୟାଧୂପ ଓ ପୂଜା ରାତି ୧୧ଟାରୁ ୧୧ଟା ୩୦ ହେବ। ସେହିପରି ବଡ଼ସିଂହର ଓ ପହୁଡ ଭୋର ୪ଟା ୩୦ରୁ ୫ଟା ପର୍ଯ୍ୟନ୍ତ ଜାରି ରହିବ।
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ୩୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ବେଳେ ଗଙ୍ଗା ଜମୁନା ଛକରୁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି। ଗୋଟିଏ କଣ୍ଟ୍ରୋଲ ରୁମ କରାଯାଇଛି। ପକେଟମାର, ଛିନତାଇ ଉପରେ ସିସିଟିଭି ନଜର ରଖିବ।୨ /୩ଟି ଗ୍ୟାଙ୍ଗ ସକ୍ରିୟ ଅଛନ୍ତି। ଗ୍ୟାଙ୍ଗରେ ନାବାଳକ ଏବଂ ମହିଳା ଅଛନ୍ତି। ସେମାନେ ପର୍ସ ପକେଟମାର ସହ ସୁନା ଗହଣା ଛିନତାଇ କରିବାର ସମ୍ଭାବନା ରହିଛି। ସେମାନଙ୍କ ପାଇଁ ସାଧାପୋଷାକରେ ପୁଲିସ ମୁତୟନ କରାଯାଇଛି। ମନ୍ଦିର ସମ୍ମୁଖ ରାସ୍ତାରେ ଓ୍ବାନ ଓ୍ବେ କରାଯାଇଛି। ୧୦୦ ମିଟର ପରିଧି ମଧ୍ୟରେ ଗାଡି ଚଳାଚଳ ନିଷିଦ୍ଧ କରାଯାଇଛି।