ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ରୋଡ ସୋ’ ବେଳେ ସୁରକ୍ଷାବଳୟ ଭେଦ କରି ଫୁଲମାଳ ଧରି ମୋଦିଙ୍କ ନିକଟରେ ପହଞ୍ଚିଗଲେ ଯୁବକ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ତ୍ରୁଟି ଦେଖାଦେଇଛି । କର୍ଣ୍ଣାଟକର ହୁବଳିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରୋଡ ଶୋ’ କରି ଯାଉଥିବାବେଳେ ସୁରକ୍ଷା ବଳୟ ଭାଙ୍ଗି ଜଣେ ଯୁବକ ଦୌଡ଼ି ଆସିବା ସହ ମୋଦିଙ୍କ ବେକରେ ଫୁଲମାଳ ପିନ୍ଧାଇବାକୁ ଉଦ୍ୟମ କରିଥିଲେ । ତେବେ ସ୍ମରୁକ୍ତ ଯୁବକ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ସୁରକ୍ଷାରେ ନିୟୋଜିତ ଏସପିଜି ତାଙ୍କୁ ଅଟକାଇ ଦେଇଥିଲେ। ତା’ପରେ ଅନ୍ୟ ପୋଲିସ କର୍ମଚାରୀମାନେ ତାଙ୍କୁ ସାଇଡ୍ କରିଦେଇଥିଲେ। ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି । ତେବେ ମୋଦୀ ଉକ୍ତ ଯୁବକଙ୍କ ଠାରୁ ଫୁଲମାଳ ଆଣିବାକୁ ତାଙ୍କ ଅଙ୍ଗରକ୍ଷୀଙ୍କୁ କହୁଥିବା ଦେଖିବାକୁ ମିଳୁଛି । ପରେ ତାଙ୍କ ଅଙ୍ଗରାକ୍ଷୀମାନେ ସେହି ଯୁବକଙ୍କ ଠାରୁ ଫୁଲମାଳ ନେଇ ପିଏମ ମୋଦୀଙ୍କୁ ଦେଇଥିଲେ । ତେବେ ଏନେଇ ହୁବଲି ପୋଲିସ କମିଶନର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ହୋଇ ନଥିବା ଦାବି କରିଛନ୍ତି ।

୨୯ତମ ଜାତୀୟ ଯୁବ ମହୋତ୍ସବର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ହୁବଲି ଯାଇଛନ୍ତି। ଏଠାରେ ସେ ଏକ ରୋଡ୍ ସୋ କରୁଛନ୍ତି | ଯୁବ ମହୋତ୍ସବର ଉଦଘାଟନୀ ଉତ୍ସବରେ ପ୍ରାୟ ୩୦,୦୦୦ ଯୁବକ ଯୋଗଦେବେ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.