ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୋଲିସ ଏନକାଉଣ୍ଟରରେ ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡା ସହରରେ ୧୪୪ ଧାରା ଲାଗୁ, ୩୦ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର

କେନ୍ଦ୍ରାପଡା : ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟାର ହାଇଦରର ମୃତ୍ୟୁ ପରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡା ସହରରେ ୧୪୪ ଧାରା ଲାଗୁ କରାଯାଇଛି । ୪ଟି ପଞାୟତ ରେ ମଧ୍ୟ ୧୪୪ ଧାରା ଜାରି କରିଛି ପ୍ରଶାସନ । କୌଣସି ପ୍ରକାର ଶାନ୍ତି ଭଙ୍ଗ ଓ ସାମ୍ପ୍ରଦାୟିକ ଗଣ୍ଡଗୋଳକୁ ଆଶଙ୍କା କରି କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟା ଯାଏ ୧୪୪(୨) ଧାରା ଜାରି ରହିବ । କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ସମେତ ବାରିମୂଳ, କପାଳେଶ୍ୱର, ଗୁଲନଗର, ଜାମଧର ପଞ୍ଚାୟତ ଅଞ୍ଚଳରେ କଡ଼ା କଟକଣା ଜାରି ହୋଇଛି ।

୨୪ ତାରିଖ ରାତି ୧୧ଟାରୁ ୩୦ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ବଳବତର ରହିବ । ସକାଳ ୭ ରୁ ଦିନ ୧୧ ଯାଏ ଦୋକାନ ବଜାର ଖୋଲା ରହିବ । ଦିନ ୧୧ଟା ପରେ ଗାଡି ଚଳାଚଳ ଉପରେ କଟକଣା ରହିବ । ସେହିପରି ଧାରା ବଳବତ୍ତର ରହିବା ସମୟରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଏନେଇ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କେନ୍ଦ୍ରାପଡା

Leave A Reply

Your email address will not be published.