ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୪୮ ଘଣ୍ଟା ଯାଏଁ କେନ୍ଦୁଝରରେ ବନ୍ଦ ରହିବ ଇଣ୍ଟରନେଟ୍‌ ସେବା: ଦୋକାନ ବଜାର ଓ ସ୍କୁଲ, କଲେଜ ବନ୍ଦ

କେନ୍ଦୁଝର : ଯୋଡ଼ାରେ ରାମନବମୀ ଝଣ୍ଡା ଶୋଭାଯାତ୍ରାକୁ ନେଇ ଉତ୍ତେଜନା ଦେଖାଯିବା ପରେ ସମଗ୍ର ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା । ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ପରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ପ୍ରଶାସନର ମଧ୍ୟସ୍ଥତା ପରେ ସ୍ଥିତିରେ ସୁଧାର ଆସିଥିଲେ ବି ଚାପା ଉତ୍ତେଜନା ଲାଗିରହିଛି। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ପାଖାପାଖି ୧୪ ପ୍ଲାଟୁନ ପୁଲିସ ଫୋର୍ସ ସହରର ବିଭିନ୍ନ ସ୍ଥାନରେ ମୁତୟନ ରହିଛନ୍ତି। ବରିଷ୍ଠ ପୁଲିସ୍ ଅଧିକାରୀ ଉପସ୍ଥିତ ରହି ଘଟଣା ଉପରେ ନଜର ରଖିଛନ୍ତି।

ଆଗକୁ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନଘଟେ ତାହାକୁ ନଜରରେ ରଖି ଗତକାଲି ରାତି ୨ଟା ଠାରୁ ସମଗ୍ର କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି ଏବଂ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ ରହିବ ବୋଲି ମଧ୍ୟ ଜଣାପଡିଛି। ସେହିପରି ଗତକାଲିଠାରୁ ୧୪୪ ଧାରା ଜାରି କରାଯାଇଥିବା ବେଳେ, ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାକୁ ଆସନ୍ତାକାଲି ଦିନ ୧୦ଟା ପର୍ଯ୍ୟନ୍ତ ବଳବତ୍ତର କରାଯାଇଥିବା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ସ୍କୁଲ, କଲେଜ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ରହିଛି। ସହରରେ ପ୍ରାୟତଃ ଦୋକାନ ବଜାର ବନ୍ଦ ରହିଛି। ସହରର ବିଭିନ୍ନ ସ୍ଥାନରେ ପୁଲିସ ଫୋର୍ସ ପଇଁତରା ମାରୁଛନ୍ତି। ଆସନ୍ତାକାଲି ସକାଳ ୧୦ଟା ସମୟରେ ଶାନ୍ତି କମିଟି ବୈଠକ ବସିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପଟେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନାରେ ୧୦ ଜଣ ଆହତ ହେବା ନେଇ ଯେଉଁ ଖବର ଆସୁଥିଲା ତାହାକୁ କେନ୍ଦୁଝର ଏସପି ମିତ୍ରଭାନୁ ମହାପାତ୍ର ଅସ୍ବିକାର କରିଛନ୍ତି। ସେ କହିଛନ୍ତି ଉତ୍ତେଜନା ପ୍ରକାଶ ପାଇଥିଲା କିନ୍ତୁ ଏଥିରେ କୌଣସି ଲୋକ ଆହତ ହୋଇନାହାନ୍ତି। ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତିକୁ ପରଖୁଛନ୍ତି ଏବଂ ଜିଲ୍ଲା ପ୍ରଶାସନ ଏହି ଘଟଣା ଉପରେ ତିକ୍ଷ୍ନ ନଜର ରଖିଛି। ଶାନ୍ତି ଫେରାଇ ଆଣିବା ପାଇଁ ଉଭୟ ଗୋଷ୍ଠୀଙ୍କୁ ଡକାଯାଇ ଆଲୋଚନା କରାଯାଉଛି ଏବଂ ଆସନ୍ତାକାଲି ସକାଳ ୧୦ଟା ସମୟରେ ଶାନ୍ତି କମିଟି ବୈଠକ ପରେ ନିଶ୍ଚୟ ସ୍ଥିତି ସମ୍ପୁର୍ଣ୍ଣ ନିୟନ୍ତ୍ରଣାଧୀନ ହେବ ବୋଲି ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି।

ସୂଚନାଯୋଗ୍ୟ  ଗତକାଲି ଯୋଡ଼ା ସହରରେ ରାମନବମୀ ଝଣ୍ଡା ଶୋଭାଯାତ୍ରାକୁ ନେଇ ନେଇ ଉତ୍ତେଜନା ଦେଖାଦେଇଥିଲା। ଗୋଟିଏ ଗୋଷ୍ଠୀର ଲୋକେ ପତାକା ଧରି ଯାଉଥିବା ବେଳେ ଅନ୍ୟ ଗୋଷ୍ଠୀର ଲୋକେ ବିରୋଧ କରିବାରୁ ଗଣ୍ଡଗୋଳ ହୋଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବା ସହ ପଥର ଓ କାଚ ବୋତଲ ମାଡ଼ ହୋଇଥିଲା।ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଫାଙ୍କା ଗୁଳି ଚାଳନା କରିବାକୁ ପଡ଼ିଥିଲା।ଏହି ଘଟଣା ପରେ ଯୋଡ଼ା ସହରରେ ୧୪୪ ଧାରା ଜାରି କରାଯାଇଛି।

Leave A Reply

Your email address will not be published.