ଆଜିଠୁ ମା’ ସାରଳାଙ୍କ ପୀଠରେ ୩ ଦିନପାଇଁ ୧୪୪ଧାରା ଜାରି

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ କନକପୁର ସ୍ଥିତ ମା’ ସାରଳାଙ୍କ ପୀଠରେ ଦୁର୍ଗାଷ୍ଟମୀ , ମହାନବମୀ ଓ ଦଶହରାରେ ୧୪୪ଧାରା ଜାରି କରାଯାଇଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରାଯିବା ସହିତ ଉକ୍ତ ତିନିଦିନ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମନ୍ଦିରକୁ ଆସିବାକୁ ବାରଣ କରାଯାଇଥିବା ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ ପ୍ରକାଶ କରିଛନ୍ତି।
ମା ସାରଳାଙ୍କ ପୀଠରେ ମହାଷ୍ଟମୀ ପୂଜାରେ ବହୁ ଭକ୍ତଙ୍କ ସମାଗମ ହେବା ସହିତ ଏହିଦିନ ଏଠାରେ ଭୀଷଣ ଭିଡ ହୋଇଥାଏ। ୧୨ତାରିଖରୁ ୧୪ ତାରିଖଯାଏ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥାଏ। ଏହାକୁ ଦୃଷ୍ଟିିରେ ରଖି ଏସଆରସିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କାରାଯାଇଥିବା କଥା ଘୋଷଣା କରାଯାଇଛି। ଉକ୍ତ ୩ଦିନ ପୂଜକ ବା ସେବାୟତ ଯେଉଁମାନେ କି ଦୁଇଟି କୋଭିଡ ଟୀକା ନେଇଥିବେ କେବଳ ସେମାନଙ୍କୁ ମନ୍ଦିରରେ ମା ସାରଳାଙ୍କ ନିତିକାନ୍ତି ପାଇଁ ଛଡାଯିବ ବୋଲି ସୂଚନା ମିଳିଛି। ତେବେ ଭକ୍ତମାନଙ୍କୁ ଉକ୍ତ ତିନିଦିନ ମନ୍ଦିରରେ ପ୍ରବେଶ ପାଇଁ ସଂପୂର୍ଣ୍ଣର୍ ବାରଣ କରାଯାଇଥିବା ଉପ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି।