ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ, ମତଦାନ ସାବ୍ୟସ୍ତ କରିବେ ୬୨ ଲକ୍ଷରୁ ଅଧିକ ଭୋଟର

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୩୦ ଜିଲ୍ଲାର ୬୮ ବ୍ଲକରେ ୧୮୬ ଜିଲ୍ଲା ପରିଷଦ ଆସନ ପାଇଁ ପଡ଼ୁଛି ଭୋଟ । ୧ ହଜାର ୫୧୪ ପଞ୍ଚାୟତର ୨୦ ହଜାରରୁ ଅଧିକ ବୁଥରେ ଆରମ୍ଭ ହୋଇଛି ମତଦାନ । ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୨ ଲକ୍ଷରୁ ଅଧିକ ଭୋଟର । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ଭୋଟ କାର୍ଡ ନଥିଲେ ନିର୍ବାଚନ କମିଶନଙ୍କ ଦ୍ୱାରା ଅନୁମୋଦିତ ଅନ୍ୟ ୧୩ଟି କାର୍ଡ ଦେଖାଇ ଭୋଟର ମତାଧିକାର ସାବ୍ୟସ୍ତ କରିପାରିବେ । ମହିଳାଙ୍କ ପାଇଁ ବୁଥରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ୩୦୬୫ ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।

ତେବେ ଶୃଙ୍ଖଳିତ ନିର୍ବାଚନ ପାଇଁ ନିୟୋଜିତ ହୋଇଛନ୍ତି ୨୪୦ପ୍ଲାଟୁନ ଫୋର୍ସ । ଏହା ସହିତ ୧ ହଜାର ୭୫୩ ଭ୍ରାମ୍ୟମାଣ ପାଟ୍ରୋଲିଂ ପାର୍ଟି ମଧ୍ୟ ନିୟୋଜିତ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହିଂସାକାଣ୍ଡ ଘଟଣା ସାମ୍ନାକୁ ଆସିବା ପରେ ଆମାଗୀ ନିର୍ବାଚନରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ସୂଚନା ଅନୁସାରେ ରାଜ୍ୟରେ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି ପଞ୍ଚାୟତ ନିର୍ବାଚନ । ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆଜି ରାଜ୍ୟରେ ଅନୁଷ୍ଠିତ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପରେ ଫେବ୍ରୁଆରୀ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ ଗଣତି ହେବ ।

Leave A Reply

Your email address will not be published.