ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସର୍ଚ୍ଚ ଅପରେସନ ବେଳେ ଓଡ଼ିଶା ପୁଲିସକୁ ସଫଳତା, ଜବତ ହେଲା ବିସ୍ଫୋରକ ସମେତ ବିପୁଳ ମାଓ ସାମଗ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର କୁସୁମପୁଟ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ଓଡିଶା ପୁଲିସକୁ ବଡ଼ ସଫଳତା ମିଳିଛି। ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ନେଇ ମାଲକାନଗିରି ଏସପି ସୂଚନା ଦେଛନ୍ତି।

ମାଲକାନଗିରି ପୁଲିସ ପକ୍ଷରୁ ଅନେକ ସମୟରେ ସୀମାନ୍ତ ଆନ୍ଧ୍ର ଓ ଛତିଶଗଡ଼ରେ ମାଓ ଦମନ ପାଇଁ ସର୍ଚ୍ଚ ଅପରେସନ କରାଯାଉଥିବା ବେଳେ ଏହି ଅପରେସନ ସମୟରେ ଆନ୍ଧ୍ରର କୁସମପୁଟ ଅଞ୍ଚଳରେ ଯବାନଙ୍କୁ ମାଓବାଦୀଙ୍କ ଦ୍ଵାରା ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର କର୍ଡେକ୍ସ ତାର, ବିସ୍ଫୋରକ ସହିତ ୬ଟି ଟିଫିନ୍ ବୋମା, ୱାକି ଟକି ଏବଂ ଅନ୍ୟାନ୍ୟ ବିଦ୍ୟୁତିକ ଉପକରଣ ଓ ସାମଗ୍ରୀ ମିଳିଥିବା ମାଲକାନଗିରି ଏସପି ନିତେସ ୱାଧୱାନି ସୂଚନା ଦେଇଛନ୍ତି। ତେବେ ବର୍ତ୍ତମାନ ମଧ୍ୟ ଅନେକ ମାଓ ଉପଦ୍ରବ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ଥିବା ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.