ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲୁଣ ଦ୍ବାରା ଦୂର କରନ୍ତୁ ବାସ୍ତୁଦୋଷ

ଘରେ ଏମିତି ଅନେକ ବାସ୍ତୁଦୋଷ ରହିଛି, ଯାହା ଦ୍ବାରା ଆର୍ଥକ ସ୍ଥତି ଖରାପ ହେବା ସହ ସ୍ବାସ୍ଥ୍ୟଗତ ଓ ସାମାଜିକ ଉନ୍ନତି କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥାଏ। ଏସବୁର ପ୍ରତିକାର ପାଇଁ ବାସ୍ତୁ ଶାସ୍ତ୍ରରେ ବିଭିନ୍ନ ପ୍ରକାର ଉପାୟ ରହିଛି। ବାସ୍ତୁଶାସ୍ତ୍ର ଅନୁଯାୟୀ, ଲୁଣ ଦ୍ବାରା ମଧ୍ୟ ଅନେକ ବାସ୍ତୁଦୋଷ ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କିତ କିଛି ଟିପ୍‌ସ …

– ଗୋଟିଏ କାଚପାତ୍ରରେ କିଛି ଲୁଣ ନେଇ ବାଥ୍‌ରୁମ୍‌ରେ ରଖିଦେବା ଦ୍ବାରା ବାସ୍ତୁଦୋଷ ଦୂର ହୁଏ। ଲୁଣ ଓ କାଚ, ଉଭୟ ରାହୁର ନକାରାତ୍ମକ ପ୍ରଭାବକୁ ଦୂର କରିଥାନ୍ତି। ତେଣୁ ଏହା ଦ୍ବାରା ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପଡ଼ିଥାଏ।

-କାଚ ପାତ୍ରରେ ଲୁଣ ଭର୍ତ୍ତି କରି ଘରର କୌଣସି କୋଣରେ ରଖିଦିଅନ୍ତୁ। ଏହା ଦ୍ବାରା ସକାରାତ୍ମକ ଶକ୍ତି ସୃଷ୍ଟି ହୁଏ।

-ଗୋଟାଲୁଣକୁ ଲାଲ୍‌ କପଡ଼ାରେ ବାନ୍ଧି ଘରର ମୁଖ୍ୟ ଦ୍ବାର ଉପରେ ଲଗାଇବା ଦ୍ବାରା ସବୁ ଖରାପ ଶକ୍ତିର ବିନାଶ ହୋଇଥାଏ। ବ୍ୟବସାୟରେ ଉନ୍ନତି ପାଇଁ ବ୍ୟବସାୟିକ ସଂସ୍ଥା ବା ସେଥିରେ ଥିବା ଟଙ୍କା ଆଲମାରୀ ପାଖରେ ଏହାକୁ ରଖନ୍ତୁ।

ଏଥିସହିତ ପଢ଼ନ୍ତୁ

-ରାତିରେ ଶୋଇବା ପୂର୍ବରୁ ପାଣିରେ ଚୁଟ୍‌କିଏ ଲୁଣ ମିଶାଇ ଗୋଡ଼ ଓ ହାତକୁ ପରିଷ୍କାର କରନ୍ତୁ। ଏହାଦ୍ବାରା ରାହୁ ଓ କେତୁର ପ୍ରଭାବ ଦୂର ହେବା ସହ ଭଲ ନିଦ ଆସିଥାଏ।

-ରକ୍‌ ସଲ୍‌ଟ ଲ୍ୟାମ୍ପ୍‌ ରଖÒବା ଦ୍ବାର ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୁଏ। ପାରିବାରିକ ଜୀବନରେ ଭଲ ତାଳମେଳ ରହିବା ସହ ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ। ବାସ୍ତୁଦୋଷ ପାଇଁ ସୃଷ୍ଟି ହେଉଥÒବା ସ୍ବାସ୍ଥ୍ୟ ସମସ୍ୟା ଦୂର ହୁଏ।

 

Leave A Reply

Your email address will not be published.