ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟିକା ପାଇଁ ଠେଲାପେଲା; ରାତି ଅଧରୁ ଟିକା ନେବାକୁ ଲୋକେ ଲାଇନରେ , ୫୦୦ ଟିକାକୁ ୧୫ଶହ ଲୋକ

କେନ୍ଦୁଝର: ଟିକା ପାଇଁ ଲାଇନରେ ପଥର ରଖି ଲୋକଙ୍କର ଘଣ୍ଟା ଘଣ୍ଟାର ଅପେକ୍ଷା। ଲୋକେ ରାତି ଅଧରୁ ଟିକାକରଣ କେନ୍ଦ୍ରରେ ଅପେକ୍ଷା କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ । ମହିଳାମାନେ ଛୋଟ ଛୁଆଙ୍କୁ ନେଇ ଟିକାକରଣ କେନ୍ଦ୍ର ବାହାରେ ଅପେକ୍ଷା କରିବା ଟିକାକରଣ କେନ୍ଦ୍ରର ଅବ୍ୟବସ୍ଥାକୁ ପଦାରେ ପକାଇଛି। କୋରୋନା ଟିକା ନେବାକୁ ଆସି ଲୋକେ ସାମାଜିକ ଦୂରତା ସମ୍ପୁର୍ଣ୍ଣ ଭୂଲି ଯିବା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ପୋଲିସ୍ ଓ ପ୍ରଶାସନ ଏଥିପ୍ରତି ଯେତେ ସତର୍କ କଲେ ମଧ୍ୟ ଲୋକମାନେ ମାନିବାକୁ ନାରାଜ । ଅନ୍ୟ ପଟେ ଟିକାକରଣ ବେଳେ ଟିକାକରଣ କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଟାଣ ଖରାରେ ଲୋକେ ଘଣ୍ଟା ଘଣ୍ଟା ଅପେକ୍ଷା କରି ଟିକା ନେଇଛନ୍ତି । ୫୦୦ ଟିକାକୁ ୧୫୦୦ ଲୋକ ଆସିଥିବାରୁ ଟିକା ନନେଇ ଲୋକେ ଘରକୁ ଫେରିଛନ୍ତି । ଆବଶ୍ୟକ ଟିକା ଅନୁସାରେ ସିରଞ୍ଜ ନଥିବାରୁ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଛି। ଏଥି ପ୍ରତି ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Leave A Reply

Your email address will not be published.