ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍କର୍ପିଓ ଧକ୍କାରେ ସ୍କୁଟି ଚାଳକ ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ: ଉତ୍ତ୍ୟକ୍ତ ଜନତାଙ୍କ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

ବାରିପଦା/ବାଙ୍ଗିରିପୋଷି: ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥର କାତରା ନଦୀ ପୋଲ ଛକରେ ଏକ ଦ୍ରୁତଗାମୀ ସ୍କର୍ପିଓ ଜଣେ ସ୍କୁଟି ଚାଳକଙ୍କୁ ଧକ୍କା ଦେବା ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ମୃତକ ଜଣଙ୍କ ହେଲେ ନିକଟସ୍ଥ ଗୋଷାଣିପାଳର ହରିହର ସେଠୀ(୫୫)। ବାଙ୍ଗିରିପୋଷି ଦୁର୍ଗାମଣ୍ଡପ ନିକଟରେ ତାଙ୍କ ଦୋକାନରୁ ଘରକୁ ଖାଇବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଭିଆଇ ସ୍କର୍ପିଓ ଚାଳକ ପଳାଇଯାଉଥିବା ବେଳେ ସ୍ଥାନୀୟ ଲୋକେ ପିଚ୍ଛା କରି ତାକୁ ଅଟକାଇଥିଲେ। ଉତ୍ତ୍ୟକ୍ତ ଜନତା ଚାଳକକୁ ମାଡ଼ ମାରିବା ସମୟରେ ସେ କୌଶଳର ସହିତ ଖସି ପଳାଇଥିଲା। ଫଳରେ ସ୍କର୍ପିଓରେ ବସିଥିବା ମେଗା ଜଳ ପ୍ରକଳ୍ପ ନିର୍ମାଣକାରୀ ସଂସ୍ଥାର ଦୁଇଜଣ କର୍ମଚାରୀ ଜନତାଙ୍କ ଆକ୍ରୋଶର ଶିକାର ହୋଇଥିଲେ। ସେମାନେ ଗୁରୁତର ଆହାତ ସହିତ ସଜ୍ଞାହୀନ ହୋଇପଡ଼ିବା ଖବର ପାଇ ପୁଲିସ ଉଭୟଙ୍କୁ ଉଦ୍ଧାର କରି ପିଆରଏମ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲେ। ତେବେ ଏଠାରେ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାକୁ ନେଇ ବାଙ୍ଗିରିପୋଷି ପୁଲିସ୍‍ ଉଭୟ ମୃତକଙ୍କର ଶବବ୍ୟବଚ୍ଛେଦ ପାଇଁ ପଠାଇ ଏକ ଦୁର୍ଘଟଣା ଓ ଅନ୍ୟ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଆକ୍ରମଣ କାରୀଗଣ ସମସ୍ତେ ଫେରାର ଥିବା ଜଣାପଡ଼ିଛି।

Leave A Reply

Your email address will not be published.