ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚେତାବନୀ ଜାରି କଲେ ବୈଜ୍ଞାନିକ, ଘାତକ ହେବ ନୂଆରୂପୀ କରୋନା

୧୩ ରାଜ୍ଯକୁ ଚେତାବନୀ ଜାରି

ଜୋହାନ୍ସବର୍ଗ: ସମଗ୍ର ବିଶ୍ୱରେ କରୋନା ମାମଲା ବୃଦ୍ଧି ପାଇଚାଲିଛି। ଏପରି ସମୟରେ ଦକ୍ଷିଣ ଆଫ୍ରିକାରୁ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହାକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ଏହା ଡେଲଟା ଭାରିଆଣ୍ଟର ଠାରୁ ଅଧିକ ବିପଜ୍ଜନକ। ନୂଆ ଭାରିଆଣ୍ଟା  କରୋନା ଟିକାକୁ ପ୍ରଭାବଶୂନ୍ୟ କରିଦେଉଥିବା କୁହାଯାଉଛି। ଗତ ୨୩ ତାରିଖରେ ଲଣ୍ଡନ ଇମ୍ପେରିଆଲ କଲେଜର ଭୂତାଣୁ ବିଜ୍ଞାନୀ ଡ. ଟମ୍ ପିକକ୍ ଏହି ସୂଚନା ଦେଇଛନ୍ତି। ଏହା ଚିନ୍ତାଜନକ ବିଷୟ ବୋଲି ସେ କହିଛନ୍ତି। ଏହି ଭାରିଆଣ୍ଟକୁ ବି୧୧.୫୨୯ ନାମ ଦିଆଯାଇଛି। ବୋସୱାନାରୁ ଏହାକୁ ପ୍ରଥମେ ଚିହ୍ନଟ କରାଯାଇଥିଲା। ପରେ ହଂକ ଏବଂ ଦକ୍ଷିଣ ଆଫ୍ରିକାରୁ ଏହି ନମୁନା ମିଳିଥିଲା। ଜିନୋମ ସ୍ବିକ୍ବେନ୍ସିଂ  ଦ୍ବାରା ଏହାର ୧୦ଟି ନମୁନା ଚିହ୍ନଟ କରାଯାଇଛି। ।

ପଜ୍ଜନକ ସ୍ପାଇକ ପ୍ରୋଟିନ ଯୋଗୁଁ ଏହି ଭାରିଆଣ୍ଟ ଉପରେ ନଜର ରଖାଯିବା ଉଚିତ ବୋଲି ପିକକ୍ କହିଛନ୍ତି। ଏହା ଅଧିକ ସଂକ୍ରାମକ ହୋଇପାରେ । ଏହା ଅନେକ ଥର ସ୍ବରୂପ ପରିବର୍ତ୍ତନ କଲାଣି । ଏହାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ଜରୁରୀକାଳୀନ ବୈଠକ ଡାକୁ ବୋଲି ଦାବି ହୋଇଛି । ଦକ୍ଷିଣ ଆଫ୍ରିକାର ଭୂତାଣୁ ବିଜ୍ଞାନୀ ଟ୍ୟୁଲିଓ ଡି ଓଲିଭେରା ଗୁରୁବାର କହିଥିଲେ ଯେ ଦେଶରୁ ବହୁଥର ସ୍ବରୂପ ପରିବର୍ତ୍ତନ କରୁଥିବା ଭାରିଆଣ୍ଟ ସାମ୍‌ନାକୁ ଆସିଛି। କରୋନା ମାମଲା ବୃଦ୍ଧି ପଛରେ ଏହି ଭାରିଆଣ୍ଟ ରହିଛି। କରୋନାର ବିଟା ଭାରିଆଣ୍ଟ ମଧ୍ୟ ପ୍ରଥମେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ କରାଯାଇଥିଲା। ପରେ ଏହା ସାରା ବିଶ୍ବକୁ ବ୍ୟାପି ଯାଇଥିଲା। ବୈଜ୍ଞାନିକଙ୍କ ଅନୁଯାୟୀ ଗୌଟାଙ୍ଗ ପ୍ରଦେଶର ୯୦ ପ୍ରତିଶତ ମାମଲା ବି.୧.୧.୫୨୯ ଭାରିଆଣ୍ଟର ହୋଇପାରେ। ଚଳିତ ବର୍ଷ ସି.୧.୨ ଭାରିଆଣ୍ଟ ମଧ୍ୟ ଦକ୍ଷିଣ ଆଫ୍ରିକାରୁ ସାମନାକୁ ଆସିଥିଲା । ତେବେ ଏହା ସେତେ ପ୍ରଭାବୀ ନଥିଲା।

ନୂଆ ଭାରିଆଣ୍ଟ ଜନସ୍ବାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଉଥିବା ଜଣାପଡିବା ପରେ ଭାରତ ସରକାର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ଦକ୍ଷିଣ ଆଫ୍ରିକା, ହଂକଂ ଏବଂ ବୋସନାରୁ ଅସୁଥିବା ଯାତ୍ରୀଙ୍କ କଡା ସ୍ପ୍ରିମିଂ ଏବଂ ପରୀକ୍ଷା କରିବାକୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ କହିଛନ୍ତି । କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏ ନେଇ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ଅତିରିକ୍ତ ମୁଖ୍ୟ ସଚିବ ପ୍ରମୁଖ ସଚିବ/ ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି । ଉକ୍ତ ୩ ଦେଶରୁ ଫେରୁଥିବା ଯାତ୍ରୀଙ୍କ ରିପୋର୍ଟ ପଜିଟିଭି ଆସିଲେ ସେମାନଙ୍କ ନମୁନାକୁ ଜିନୋମ ସିଜେନ୍ସି କେନ୍ଦ୍ରକୁ ପଠାଇବା କହିଛନ୍ତି ।

୧୩ ରାଜ୍ଯକୁ ଚେତାବନୀ ଜାରି

କରୋନାକୁ ନେଇ ପୁଣି ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଗତ କିଛି ଦିନ ହେଲା ସାରା ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ପୁଣି ଏହା ଉପରମୁହାଁ ହେବାରେ ଲାଗିଛି। ଗତ ୯ ଦିନରେ ମୃତ୍ୟୁହାର  ୧୨୧ ପ୍ରତିଶତ ବୃଦ୍ଧିପାଇଛି । ନଭେମ୍ବର ୧୫ରେ ଦେଶରେ ୧୯୭ ସଂକ୍ରମିତ ପ୍ରାଣ ହରାଇଥିବାବେଳେ ନଭେମ୍ବର ୨୩ରେ ଏହା ବୃଦ୍ଧି ପାଇ ୪୩୭ରେ ପହଞ୍ଚି ଯାଇଛି । କରୋନାର ତୃତୀୟ ଲହର ଆଶଙ୍କାକୁ ନେଇ କେନ୍ଦ୍ର ମଧ୍ୟ ଚେତାବନୀ ଜାରି କରିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗୁରୁବାର ୧୩ ରାଜ୍ୟକୁ ଚିଠି ଲେଖି କରୋନା ପରୀକ୍ଷା ହ୍ରାସ ନେଇ ଚିନ୍ତାପ୍ରକଟ କରିଛି।

ଏହି ଚିଠିରେ କୁହାଯାଇଛି ଯେ ପରୀକ୍ଷା କମ୍ ହେଲେ ସଂକ୍ରମଣର ସଠିକ୍ ଆକଳନ କରିହେବ ନାହିଁ | ଗତ କିଛି ଦିନ ହେଲା ପଶ୍ଚିମବଙ୍ଗ ସହିତ ଅନେକ ରାଜ୍ୟରେ ପିଜିଟିଭିଟି ହାର ମଧ୍ୟ ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ଚିଠିରେ କହିଛନ୍ତି ଯେ, କରୋନା ପରୀକ୍ଷା ଠିକ୍‌ରେ କରା ନ ଗଲେ ସଂକ୍ରମଣର ସଠିକ ଆକଳନ କରିବାରେ ସମସ୍ୟା ସୃଷ୍ଟି ହେବ। ସେ ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ସ୍ବରୂପ ନିଗମଙ୍କୁ ଚିଠି ଲେଖି କହିଛନ୍ତି ଯେ ଚଳିତ ବର୍ଷ ଜୁନ୍‌ ସୁଦ୍ଧା ଦିନକୁ ହାରାହାରି ୬୭୬୪୪ ପରୀକ୍ଷା କରାଯାଉଥିଲା। ଏବେ ଏହା ହ୍ରାସ ପାଇ ୩୮ ୬୦୦ରେ ପହଞ୍ଚିଛି । ଏବେ ରାଜ୍ୟରେ ପଜିଟିଭିଟି ହାର ୨୧ ପ୍ରତିଶତ ରହିଛି । ଏହା ଗତ ୪ ସପ୍ତାହ ମଧ୍ୟରେ ସର୍ବାଧିକ। ଅନେକ ଜିଲ୍ଲାରେ ପଜିଟିଭିଟି ହାର ବୃଦ୍ଧି ପାଉଛି। ଏଥିରେ ଡାର୍ଜିଲିଂ, ଦକ୍ଷିଣ ଦିନାଜପୁର, ହାୱଡା, ପଶ୍ଚିମ ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା, ଜଳପାଇଗୁଡି ଏବଂ କୋଲକାତା ସାମିଲ ରହିଛି। ଅଣ୍ଟିଜେନ ବଦଳରେ ଆରଟି-ପିସିଆର ଟେଷ୍ଟ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପଶ୍ଚିମବଙ୍ଗ ବ୍ୟତୀତ ଗୋଆ, ଜମ୍ମୁ କାଶ୍ମୀର, କେରଳ, ଲଦାଖ, ମହାରାଷ୍ଟ୍ର, ମଣିପୁର, ମେଘାଳୟ ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ରାଜସ୍ଥାନ ଏବଂ ସିକ୍କିମକୁ ଚିଠି ଲେଖିଛି। କେରଳକୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ରାଜ୍ୟରେ ଅଗଷ୍ଟରେ୨.୯୬ ଲକ୍ଷ ପରୀକ୍ଷା କରାଯାଇଥିଲା। ଏବେ ଏହା ୫୬ ହଜାରକୁ ଖସିଆସିଛି।

ଅନ୍ୟପକ୍ଷରେ ଡିସେମ୍ବରରେ ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର ଆସିପାରେ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି। ତେବେ ଏହା ଦ୍ୱିତୀୟ ଲହର ଭଳି ହେବନାହିଁ । ରାଜ୍ୟରେ ଟିକାକରଣ ଅଧିକ ହୋଇଥିବାରୁ ତୃତୀୟ ଲହରର ପ୍ରଭାବ କମ୍ ରହିବ। ତୃତୀୟ ଲହର ସମୟରେ ମେଡିକାଲ ଅକ୍ସିଜେନ ଏବଂ ଆଇସିୟୁ ବେଡ୍‌ର ଆବଶ୍ୟକତା ପଡ଼ିବନି। ତେବେ ବିଶେଷଜ୍ଞଙ୍କ ଅନୁଯାୟୀ ଲହର ବେଳେବେଳେ ନିଶ୍ଚିତ ସମୟରେ ଆସିଥାଏ। ପ୍ରଥମ ଲହର ୨୦୨୦ ସେପ୍ଟେମ୍ବରରେ ଏବଂ ଦ୍ବିତୀୟ ଲହର ୨୦୨୧ ଏପ୍ରିଲରେ ଆସିଥିଲା। ତୃତୀୟ ଲହର ଡିସେମ୍ବରରେ ଆସିବାର ଆଶଙ୍କା ରହିଛି।

Leave A Reply

Your email address will not be published.