ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାଇନ୍ଟଫିକ ଏକ୍ସପର୍ଟଙ୍କ ଠାରୁ ଟିପ୍ସ ନେଲେ ଫରେନ୍ସିକ ଆସୋସିଏଟ୍; ଏଣିକି ପ୍ରମାଣ ଅଭାବରୁ ଆଉ ଖସିପାରିବେନି ଅପରାଧୀ

ଭୁବନେଶ୍ୱର: କମିଶନରେଟ ପୋଲିସର ସାଇଣ୍ଟଫିକ୍ ପାଠଶାଳା । ପ୍ରମାଣ ଅଭାବରୁ ଯେପରି କୌଣସି ଅପରାଧୀ ଖସି ନଯିବେ, ଏଥିପାଇଁ ଟୁଇନସିଟିରେ ଫରେନସିକ ଆସୋସିଏଟ୍‌ମାନଙ୍କୁ ପୋଲିସ ସେବା ଭବନରେ ଦିଆଯାଇଛି ସାଇଣ୍ଟିଫିକ୍ ଟ୍ରେନିଂ । ସେପଟେ ଥାନାରେ ପଡିରହିଥିବା ମାମଲା ଗୁଡିକ ୩ ମାସରେ ସମାଧାନ କରିବାକୁ, ସବୁ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ୍ କମିଶନର । ସରିଲା ସାଇଣ୍ଟିଫିକ୍ ପାଠଶାଳା । ଏଥର ଫିଲଡ଼ରେ ପ୍ରାକ୍ଟିକାଲ । ଶେଷ ଦିନରେ ଗୁରୁମନ୍ତ୍ର ଦେଲେ ପୋଲିସ କମିଶନର ଓ ଡ଼ିସିପି । ସାଇନ୍ଟଫିକ ଏକ୍ସପର୍ଟଙ୍କ ଠାରୁ ଟିପ୍ସ ନେଲେ ଫରେନ୍ସିକ ଆସୋସିଏଟ୍ । ଚୋରି ହେଉ ବା ହାଇପ୍ରୋଫାଇଲ ଡକାୟତି । ଦୁଷ୍କର୍ମ ଠୁ ନେଇ ଦୁର୍ଘଟଣା ପର୍ଯ୍ୟନ୍ତ । ଏସବୁ ସ୍ତରରେ ପ୍ରାଥମିକ ତଦନ୍ତ ଉପରେ ନିର୍ଭର କରିଥାଏ ଘଟଣାର ମୋଡ଼ । ଘଟଣାସ୍ଥଳରୁ ପ୍ରମାଣ ଯୋଗାଡ଼ କରିବା ପୋଲିସର ମୁଖ୍ୟ ଦାୟିତ୍ବ । ଅନେକ ସମୟରେ ଏସବୁ ପ୍ରମାଣ ନଷ୍ଟ ଯୋଗୁଁ ଅଭିଯୁକ୍ତ ସହଜରେ ଆଇନ ଜାଲରୁ ଖସିଯିବା ସହ ମାମଲା ଦୁର୍ବଳ ହୋଇଯାଏ । ତେଣୁ ଘଟଣାସ୍ଥଳରୁ କିଭଳି ସୂଚାରରୂପେ ପ୍ରମାଣ ଯୋଗାଡ଼ କରାଯିବ ସେନେଇ ଫରେନସିକ ଅଧିକାରୀ ତାଲିମ ଦେଇଥିଲେ । ଟୁଇନସିଟିର ସବୁ ଥାନାର କନେଷ୍ଟବଳ କିମ୍ବା OAPF କର୍ମଚାରୀଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ତାଲିମ । ଏହାସହିତ ପ୍ରତି ଥାନାକୁ ଦିଆଯାଇଛି ଫୋରେନସିକ କିଟ୍ । ଏହା ଆଗାମୀ ଦିନରେ ବଡ଼ ସଫଳତା ଦେବ ବୋଲି କହିଛନ୍ତି ଟ୍ରେନିଂ ନେଇଥିବା କର୍ମଚାରୀ ।

ସେପେଟେ ଟୁଇନ ସିଟିରେ ବିଭିନ୍ନ ଥାନାରେ ପଡି ରହିଥିବା ମାମଲାର 3 ମାସମଧ୍ୟରେ ତଦନ୍ତ ସାରିବାକୁ ଥାନା ମୁଖିଆଙ୍କୁ ସିପିଙ୍କ ଚେତାବନୀ । ପୁରୁଣା କେସର ରି-ଓପନ୍ କରି କେସ୍ କ୍ଲୋଜ କରିବାକୁ ନିର୍ଦ୍ଦେଶ । କେବଳ ଭୁବନେଶ୍ୱର ୟୁପିଡିରେ ଥାନା ଗୁଡିକରେ ପଡି ରହିଛି ୧୪ ହଜାର ମାମଲା । ଥାନା ଅଧିକାରୀ ବଦଳୁ ଥିବାରୁ ମାମଲା ସମାଧନ ହୋଇପରୁନି । ଭୁବନେଶ୍ୱରରେ ସର୍ବାଧିକ ନୟାପଲ୍ଲୀରେ 1 ହଜାର 459ଟି ମାମଲା ଥିବାବେଳେ ଖଣ୍ଡଗିରିରେ 1 ହଜାହର 207, ମଞ୍ଚେଶ୍ବରରେ 1 ହଜାର 98, ସହୀଦ ନଗରରେ 1 ହଜାର 141 ଚନ୍ଦ୍ରଶେଖରପୁରରେ 1 ହଜାର 92, ଚନ୍ଦକାରେ 1 ହଜାର 92 ମାମଲା ପଡି ରହିଛି । ତମାଣ୍ଡୋ ଥାନାରେ କମ 188 ମମାଲ ଗଡୁଛି। ଲକଡାଉନ ସମୟରେ ପୁରୁଣା ଅପରାଧ ମାମଲାର ତଦନ୍ତ ସାରିବକୁ ଅଣ୍ଟା ଭିଡିଛି ପୋଲିସ୍ । ବିଶେଷ କରି ଲକଡାଉନ୍ ସମୟରେ ଡିଜିଟାଲ ମାଧ୍ୟମରେ ତଦନ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।

Leave A Reply

Your email address will not be published.