ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଡ ଖବର: ଜୁଲାଇ ୨୬ରୁ ରାଜ୍ୟରେ ଖୋଲିବ ସ୍କୁଲ, ପଢିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ

ଭୁବନେଶ୍ୱର :ଜୁଲାଇ ୨୬ରୁ ରାଜ୍ୟରେ ଖୋଲିବ ସ୍କୁଲ। କରୋନା କଟକଣା ଭିତରେ ରାଜ୍ୟ ସରକାର ନେଇଛନ୍ତି ଏହି ବଡ ନିଷ୍ପତ୍ତି । ଜୁଲାଇ ୨୬ରୁ ସ୍କୁଲ ଯିବେ ଦଶମ-ଦ୍ୱାଦଶ ଶ୍ରେଣୀ ପିଲା । ସକାଳ ୧୦ଟାରୁ ଗୋଟାଏ ୩୦ ଯାଏଁ ସ୍କୁଲ ଖୋଲିବ । ରବିବାର ଓ ସମସ୍ତ ସରକାରୀ ଛୁଟିଦିନରେ ସ୍କୁଲ ବନ୍ଦ ରହିବ ।

ଗଣଶିକ୍ଷା ସଚିବ କହିଛନ୍ତି, ସ୍କୁଲକୁ ଆସିବା ପିଲାଙ୍କ ଉପରେ ନିର୍ଭର କରୁଛି । ଅଭିଭାବକଙ୍କ ସହ ଆଲୋଚନା କରି ସ୍କୁଲକୁ ଆସିବେ ପିଲା । ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଳ ବିଶେଷରେ ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ ରହିବ। ସ୍କୁଲ ସକାଳ ୧୦ଟାରୁ ଦିନ ୧ଟା ୩୦ ଯାଏ ଖୋଲିବ। ସ୍କୁଲରେ ଖେଳଛୁଟି ହେବନି। ପିଲା ଘରେ ଯାଇ ଖାଇ ପାରିବେ। ରବିବାର ଓ ସମସ୍ତ ସରକାରୀ ଛୁଟି ଦିନରେ ସ୍କୁଲ ବନ୍ଦ ରହିବ।”

ସେହିଭଳି ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି । ଅନ୍ୟ ଶ୍ରେଣୀରେ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଅନଲାଇନ୍ ପରୀକ୍ଷା ଜାରି ରହିବ । ସେହିପରି ଜୁଲାଇ ୩୦ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ ମାଟ୍ରିକ୍ ପରୀକ୍ଷା ଚାଲିବ । କୋଭିଡ୍ କଟକଣା ଭିତରେ ପରୀକ୍ଷା ହେବ । ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ସମସ୍ତ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ମଧ୍ୟ କରାଯିବ । ମୋଟ ୨ ହଜାର ୪୪୪ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅସନ୍ତୁଷ୍ଟ ଥିବା ଗଣଶିକ୍ଷା ସଚିବ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.