ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଦଳିପାରେ ସ୍କୁଲ ଛୁଟି ସମୟ, ୩୦ ତାରିଖ ପରେ ଏସଆରସିଙ୍କ ପରାମର୍ଶରେ ନିଆଯିବ ନିଷ୍ପତ୍ତି : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର : ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଏଇ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗକୁ ବଡ ନିଷ୍ପତ୍ତି ନେଇପାରନ୍ତି । ପ୍ରବଳ ତାତି ଯୋଗୁ ସ୍କୁଲ ଛୁଟିକୁ ବୃଦ୍ଧି କରାଯାଇପାରେ । ତେବେ ସ୍କୁଲ ଛୁଟି ବଢ଼ିବ କି ନାହିଁ, ସେ ନେଇ ଆସନ୍ତା ୧ କିମ୍ବା ୨ ତାରିଖ ଦିନ ନିଷ୍ପତ୍ତି ନିଆଯାଇପାରେ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ସ୍ଥିତି ଦେଖି ବଦଳିପାରେ ସ୍କୁଲ ଛୁଟି ସମୟ । ଏପ୍ରିଲ ୩୦ ତାରିଖ ପରେ ଏସଆରସିଙ୍କ ପରାମର୍ଶରେ ନିଆଯିବ ଛୁଟି ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ହିଟଓ୍ବେଭ୍ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରଖାଯାଇଛି । ତେବେ ଆଉ ୩ ଦିନ ହିଟଓ୍ବେଭ୍ ବଢ଼ିବ ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଣୁ ଏପ୍ରିଲ ୩୦ ତାରିଖ ପରେ ସ୍ଥିତି ଦେଖି ରାଜ୍ୟ ସରକାର ଉଚିତ ନିଷ୍ପତ୍ତି ନେବେ । ଅନ୍ୟପଟେ ଯେଉଁମାନେ ସ୍କୁଲ ଆସୁନାହାନ୍ତି ସେମାନଙ୍କ ପାଇଁ ଅନଲାଇନ କ୍ଲାସ ଚାଲିଛି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

Leave A Reply

Your email address will not be published.