ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠାରୁ କଡ଼ାକଡ଼ି ଯାଞ୍ଚ୍‍ ହେବ ସ୍କୁଲବସ୍‍: ପିଲାମାନଙ୍କ ସୁରକ୍ଷା ସହ ସାଲିସ କରୁଥିବା ସ୍କୁଲବସ୍‍କୁ ମିଳିବ ନାହିଁ ନିସ୍ତାର

ଭୁବନେଶ୍ୱର: ନିୟମ ଖିଲାପ କରି ପିଲାମାନଙ୍କ ସୁରକ୍ଷା ସହ ସାଲିସ କରୁଥିବା ସ୍କୁଲବସ୍‍କୁ ମିଳିବ ନାହିଁ ନିସ୍ତାର। ବୁଧବାର ସକାଳୁ ପରିବହନ ବିଭାଗ ପକ୍ଷରୁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସ୍କୁଲବସ୍‍ ଯାଞ୍ଚ କରାଯାଉଛି। ରବିବାରକୁ ବାଦ୍‍ ଦେଇ ସପ୍ତାହ ପର୍ଯ୍ୟନ୍ତ ଯାଞ୍ଚ କାର୍ଯ୍ୟ ଚାଲିବ। ସ୍କୁଲ୍‍ବସ୍‍ରେ ପିଲାମାନଙ୍କୁ ପରିବହନ କରାଯାଉ ଥିବାରୁ ବ୍ୟାପକ ସୁରକ୍ଷା ପଦକ୍ଷେପ ନେବା ନିୟମ ରହିଛି। ବସ୍‍ର ଫିଟ୍‍ନେସ୍‍, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର, ଟିକସ, ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ, ବସ୍‍ ଭିତରେ ଅଗ୍ନୀ ନିର୍ବାପନ ବ୍ୟବସ୍ଥା, ତାର ଜାଲି ଅଛି କି ନାହିଁ ଯାଞ୍ଚ କରାଯିବ। ସେହିପରି ବସ୍‍ରେ ପିଲାମାନେ ଯିବା ଆସିବା ସମୟରେ ବିଦ୍ୟାଳୟର ଜଣେ କର୍ମଚାରୀ ଉପସ୍ଥିତ ରହିବା ଜରୁରୀ। କେବଳ ବସ୍‍ ନୁହେଁ ପିଲାଙ୍କୁ ନେବା ଆଣିବା କରୁଥିବା ଛୋଟ ଚାରିଚକିଆ ଯାନକୁ ମଧ୍ୟ ଯାଞ୍ଚର ପରିସରଭୁକ୍ତ କରାଯିବ। ଉପରୋକ୍ତ ନିୟମ ଖିଲାପ କରୁଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.