ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାରା ରାଜ୍ୟରେ ସ୍କୁଲ ବସ୍ ଯାଞ୍ଚ, ଟ୍ୟାକ୍ସ ଓ ଫିଟନେସ୍‌ ନଥିବାରୁ ସ୍କୁଲ ବସ୍‌କୁ ୪ ଲକ୍ଷ ଫାଇନ୍‌

କୋରାପୁଟ: ସ୍କୁଲ ବସକୁ ୪ ଲକ୍ଷ ଟଙ୍କାର ଫାଇନ୍ । ମହଙ୍ଗା ପଡିଲା ୫ ବର୍ଷର ଟ୍ୟାକ୍ସ ପଇଠ ନକରିବା । ବସ୍‌ର ଫିଟ୍‌ନେସ କି ପରମିଟ୍‌ ବି ନଥିଲା । ସାରା ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଥିବା ସ୍କୁଲ ବସ୍ ଚେକିଂର ସ୍ପେଶାଲ ଡ୍ରାଇଭରେ କୋରାପୁଟ ପରିବହନ ବିଭାଗ ଏଭଳି ଫାଇନ୍ କାଟିଛି । କେବଳ କୋରାପୁଟ ନୁହେଁ ଭୁବନେଶ୍ୱରରେ ବି ଏକାଧିକ ବସ୍‌ ତଣ୍ଡ ଗଣିଛନ୍ତି । କିଏ ଡ୍ରାଇଭିଂ ଲାଇସେନ୍ସ ନଥିବାରୁ ତଣ୍ଡ ଗଣିଛି ତ କାହାର ଫିଟ୍‌ନେସ ନାହିଁ । ଆଉ କାହାର ପଲ୍ୟୁସନ ଏକ୍ସପାୟର ହୋଇଛି ତ କାହାର ଉନ୍ସ୍ୟୁରାନ୍ସ ନଥିବାରୁ ଫାଇନ୍ କଟିଥିବା ସୂଚନା ମିଳିଛି ।

ବସର ଫିଟ୍‌ ନଥିବାରୁ କଟିଲା ଫାଇନ୍ । ଆରଟିଓ ଫାସରେ ପଡିଲା ସ୍କୁଲ ବସ୍ । ୫ ବର୍ଷର ଟ୍ୟାକ୍ସ ପାଇଁ ୪ ଲକ୍ଷର ଚାଲାଣ କଟିଛି । ଫିଟ୍‌ନେସ, ପରମିଟ୍‌, ଉନ୍ସ୍ୟୁରାନ୍ସ ଏବଂ ପଲ୍ୟୁସନ୍ ପାଇଁ ହଜାର ହଜାର ଟଙ୍କାର ଫାଇନ୍ । ଚେକିଂ ପାଇଁ ଲମ୍ବା ଲାଇନ୍‌ରେ ଅଟକି ରହିଲା ସ୍କୁଲ ବସ୍ । ପରିବହନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍ । ସବୁ ସ୍କୁଲ ଏବଂ କଲେଜ ବସ୍‌ର କାଗଜପତ୍ର ଯାଞ୍ଚକୁ ଜୋରଦାର କରିଛି ପରିବହନ ବିଭାଗ । ସକାଳୁ ସକାଳୁ ଭୁବନେଶ୍ବରରେ ଜଞଙ ଓ୍ବାନ୍ ଏବଂ ଟୁ ପକ୍ଷରୁ କଳିଙ୍ଗ ହସ୍ପିଟାଲ ଛକରେ କଡାକଡି ଚେକିଂ କରାଯାଇଥିଲା । ଚେକିଂ ସମୟରେ ପ୍ରାୟ ୨୫ରୁ ଉର୍ଦ୍ଧ୍ବ ବସର ଚାଲାଣ କଟିଛି ।

ଆଜି ଚେକିଂରେ ପଡିଥିବା ଅଧିକାଂଶ ସ୍କୁଲ ବସ୍‌ର ଡ୍ରାଇଭର କାଗଜପତ୍ର ଦେଖାଇପାରି ନଥିଲେ । ଏପରିକି ବସ୍‌ର ଫିଟ୍‌ନେସ୍ ଠିକ୍ ଅଛି କି ନାହିଁ ଜାଣିନଥିଲେ । ଅଧିକାଂଶ ବସ୍‌ର ଇନ୍‌ସ୍ୟୁରାନ୍ସ ବି ନଥିଲା । ତେବେ ଆଗାମୀ ଦିନରେ କାଗପତ୍ର ସଠିକ କରି ଗାଡି ରାସ୍ତାରେ ଚଲାଇବେ ବୋଲି ଡ୍ରାଇଭରମାନେ କହିଛନ୍ତି । ସେପଟେ ପରିବହନ ବିଭାଗର ଚେକିଂକୁ ସ୍ବାଗତ କରିଛନ୍ତି ଅଭିଭାବକ । କିନ୍ତୁ ସ୍କୁଲ୍ ଯାଉଥିବା ସମୟରେ ପିଲାମାନଙ୍କ ବସ୍ ରାସ୍ତାରେ ଅଟକାଇ ଯାଞ୍ଚ କରିବାକୁ ନାପସନ୍ଦ କରିଛନ୍ତି । ପ୍ରଥମେ ପରିବହନ ବିଭାଗ ସବୁ ସ୍କୁଲରେ ଲାଗିଥିବା ବସର ତାଲିକା ପ୍ରସ୍ତୁତ କରିବା ସହ ଛୁଟିଦିନରେ ଏ ସବୁର ଯାଞ୍ଚ କରିବାକୁ ଦାବି କରିଛନ୍ତି । ଯାଞ୍ଚବେଳେ ଗାଡିଗୁଡିକ ୧୦ ରୁ ୧୫ ମିନିଟ ଯାଏଁ ଅଟକୁ ଥିବାରୁ ଛାତ୍ରଛାତ୍ରୀମାନେ ହଇରାଣ ହେଉଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.