ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୁମାର ପୂର୍ଣ୍ଣିମାରେ ରାଜ ରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ମା ସମଲେଶ୍ବରୀ, ନୀତିକାନ୍ତି ନେଇ ସମୟ ନିର୍ଘଣ୍ଟ

ସମ୍ବଲପୁର : କୁମାର ପୂର୍ଣ୍ଣିମା ତିଥିରେ ରାଜ ରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ମା ସମଲେଶ୍ବରୀ। ମାଙ୍କ ଏହି ଅପରୂପ ବେଶ ଦର୍ଶନ ପାଇଁ ଭକ୍ତମାନେ ଆଗ୍ରହର ସହ ଚାହିଁ ବସିଥିବା ବେଳେ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁମାର ପୂର୍ଣ୍ଣିମା ତିଥିରେ ମାଙ୍କ ନୀତିକାନ୍ତି ନେଇ ସମୟ ନିର୍ଘଣ୍ଟ କରାଯାଇଛି। ଏନେଇ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ଗଣମାଧ୍ୟମକୁ ଜଣାଇଛନ୍ତି।

କୁମାର ପୂର୍ଣ୍ଣିମା ତିଥିରେ ମା ସମଲେଶ୍ବରୀଙ୍କ ପୀଠରେ ପ୍ରାତଃ ୫:୦୦ ମଙ୍ଗଳ ଆଳତୀ କରାଯିବ। ଏହାପରେ ପ୍ରାତଃ ୫:୩୦ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା ହେବ। ପୂର୍ବାହ୍ନ ୧୧:୪୫ ରୁ ଅପରାହ୍ନ ୧୨:୩୦ ଦର୍ଶନ ବନ୍ଦ ରହିବ ମାଙ୍କ ପାଖରେ ଅନ୍ନ ଭୋଗ ଲାଗି ହେବାପାଇଁ। ଅପରାହ୍ନ ୩:୦୦ ଟା ରୁ ୪:୩୦ ପର୍ଯ୍ୟନ୍ତ ମା ସମଲେଶ୍ୱରୀଙ୍କ ରାଜ ରାଜେଶ୍ୱରୀ ବେଶ ପାଇଁ ଦର୍ଶନ ବନ୍ଦ ରହିବ।

ଅପରାହ୍ନ ୪:୩୦ ରୁ ପୁଣିଥରେ ମା ସମଲେଶ୍ୱରୀଙ୍କ ରାଜରାଜେଶ୍ୱରୀ ବେଶ ଦର୍ଶନ କରିପାରିବେ ଭକ୍ତ। ଏହାପରେ ସନ୍ଧ୍ୟା ୭:୩୦ ଟା ରୁ ରାତ୍ର ୯:୩୦ ପର୍ଯ୍ୟନ୍ତ ସନ୍ଧ୍ୟା ଆଳତି, ଧ୍ଵଜା ଆରୋହଣ ଓ ଅନ୍ନ ଭୋଗ ଲାଗି ପାଇଁ ଦର୍ଶନ ବନ୍ଦ ରହିବ। ରାତ୍ର ୯:୩୦ ରୁ ରାତ୍ର ୧୧:୦୦ ପର୍ଯ୍ୟନ୍ତ ମାଙ୍କ ରାଜରାଜେଶ୍ୱରୀ ବେଶ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ ।

Leave A Reply

Your email address will not be published.