ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୬ ହାଇକୋର୍ଟ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲିଜିୟମର ସୁପାରିସ

ନୂଆଦିଲ୍ଲୀ: ୬ଜଣ ହାଇକୋର୍ଟ ବିଚାରପତିଙ୍କୁ ବଦଳି କରିବା ଲାଗି ସୁପ୍ରିମ୍‌ କ‌ୋର୍ଟ କଲିଜିୟମ୍ ସୁପାରିସ କରିଛନ୍ତି। ଏ ସଂକ୍ରାନ୍ତରେ ଜାରି ବିବୃତି ଅନୁସାରେ, ବିଚାରପତି ଅସାନୁଦ୍ଦନ ଅମାନୁଲ୍ଲା ଆନ୍ଧ୍ର ପ୍ରଦେଶ ହାଇକୋର୍ଟରୁ ପାଟନା ହାଇକୋର୍ଟ, ବିଚାରପତି ଚିତ୍ତରଞ୍ଜନ ଦାଶ ଓଡ଼ିଶା ହାଇକୋର୍ଟରୁ କାଲ୍‌କାଟା ହାଇକୋର୍ଟକୁ ବଦଳି ହେବେ।

 

ସେହିପରି, ତ୍ରିପୁରା ହାଇକୋର୍ଟରୁ ବିଚାରପତି ସୁଭାଶିଷ ତାଳପତ୍ର ଓଡ଼ିଶା ହାଇକୋର୍ଟ, ମଣିପୁର ହାଇକୋର୍ଟରୁ ବିଚାରପତି ଲନୁସୁଙ୍ଗ୍‌କୁମ୍‌ ଜମିର୍‌ ଗ‌ୌହାଟି ହାଇକୋର୍ଟ, ଜମ୍ମୁ ଓ କଶ୍ମୀର ହାଇକୋର୍ଟରୁ ବିଚାରପତି ଧୀରଜ ସିଂହ ଠାକୁରଙ୍କୁ ବମ୍ବେ ହାଇକୋର୍ଟ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟରୁ ବିଚାରପତି ପୁରୁଷୈନ୍ଦ୍ର କୁମାର କୌରବଙ୍କୁ ଦିଲ୍ଲୀ ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମ୍‌ କୋର୍ଟ କଲିଜିୟମ୍‌ ସୁପାରିସ କରିଛନ୍ତି।

Leave A Reply

Your email address will not be published.