ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଯଦି ଆପଣଙ୍କର ଏସ୍‌ବିଆଇରେ ଖାତା ଅଛି, ତେବେ ଜାଣନ୍ତୁ ଏହି ଗୁରୁତ୍ବପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ ସହଜରେ ମନେ ରହିପାରିବା ଭଳିଆ ସହଜ ଗ୍ରାହକ ସେବା ଟୋଲ ଫ୍ରି ନମ୍ବର ୧୮୦୦-୧୨୩୪ ଓ ୧୮୦୦-୨୧୦୦ ଜାରି କରିଛି । ଏହା ଦ୍ୱାରା ଷ୍ଟେଟ ବ୍ୟାଙ୍କର ଖାତା ଧାରକମାନେ ବିଭିନ୍ନ ପ୍ରକାର ବ୍ୟାଙ୍କିଙ୍ଗ ସେବା ଓ ଅଭିଯୋଗର ସମାଧାନ ପାଇପାରିବେ । ଏହି ଟୋଲ ଫ୍ରି ନମ୍ବର ବ୍ୟବହାର କରି ଗ୍ରାହକମାନେ ବ୍ୟାଙ୍କିଙ୍ଗ ସେବା ଯଥା ଏକାଉଣ୍ଟ ବାଲାନ୍ସ, ଶେଷ ୫ ଲେଣ ଦେଣ ବିବରଣୀ, ଏଟିଏମ କାର୍ଡ ବନ୍ଦ କରିବା, ଏଟିଏମ କାର୍ଡ ପୁନର୍ବାର ମଗେଇବା, କାର୍ଡର ପ୍ରେରଣ ସ୍ଥିତି, ଏଟିଏମ କାର୍ଡର ପିନ ତିଆରି କରିବା, ଚେକ ବହି ପ୍ରେରଣ ସ୍ଥିତି ଯାଞ୍ଚ, ନୂଆ ଚେକ ବହି ମଗେଇବା, ଟିଡିଏସ ଓ ଜମା ସୁଧର ସାର୍ଟିଫିକେଟ ଇମେଲ ମାଧ୍ୟମରେ ମଗେଇବା ଆଦି ଅନେକ ସୁବିଧା ପାଇପାରିବେ।


ଭାରତର ସବୁଠୁ ବଡ ବ୍ୟାଙ୍କ , ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଉତ୍କୃଷ୍ଟ ଧରଣର ସେବା ଅତି ସହଜରେ ଯୋଗାଇବାର ଲକ୍ଷ୍ୟ ନେଇ ବିଭିନ୍ନ ପ୍ରକାରର ବ୍ୟାଙ୍କିଙ୍ଗ ସେବା ଗୁଡିକୁ ଏହି ନୂଆ ଟୋଲ ଫ୍ରି ନମ୍ବରରେ ଯୋଗାଇବାର ବ୍ୟବସ୍ଥା କରିଛି । ଏହି ପରିବର୍ତ୍ତନରେ ମୁଖ୍ୟତଃ ଅନେକ ଗୁଡାଏ ନୂଆ ସେବାର ଆରମ୍ଭ ସହ ଗ୍ରାହକ ସେବା କେନ୍ଦ୍ରର ଆଇଭିଆର ଓ କାର୍ଯ୍ୟନିର୍ବାହୀ ମାନଙ୍କ ଦ୍ୱାରା ଅଭିଯୋଗର ଶୀଘ୍ର ସମାଧାନ ଉପରେ ଧ୍ୟାନ ଦିଆଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରାହକ ଯୋଗାଯୋଗ କେନ୍ଦ୍ରକୁ ନୂତନ ପ୍ରଯୁକ୍ତି ଓ କାର୍ୟ୍ୟଶୈଳୀ ଦ୍ୱାରା ବିଶ୍ୱରେ ସର୍ବୋତ୍ତମ କରିବାର ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.