ସଧବା ନାରୀଙ୍କ ବିଶ୍ବାସର ପ୍ରତୀକ ସାବିତ୍ରୀ ବ୍ରତ

ସାବିତ୍ରୀ ହେଉଛନ୍ତି ଶୁଦ୍ଧ ଚିନ୍ତା ଚେତନାର ଏକ ଦର୍ଶନ। ଆଜି ସାବିତ୍ରୀ ହୋଇପାରେ ଏକ ପରମ୍ପରା, ପୂଜା, ବ୍ରତ, ଉପାସନା, ବିଶ୍ବାସ ଓ ଉପବାସ; କିନ୍ତୁ ଅନ୍ତରର ଆଇନାରେ ସାବିତ୍ରୀ ଏକ ସଂକଳ୍ପ, ଏକ ପ୍ରତିଜ୍ଞା, ଏକ ଭଲପାଇବା, ଏକ ପ୍ରେମ, ଏକ ଅନ୍ବେଷଣ, ଏକ ଆପଣା ପଣ। ଯାହାର ପ୍ରବାହ ନିରନ୍ତର, ଯାହାର ଆଦର୍ଶ ଚିରନ୍ତନ…..

ସଧବା ନାରୀଙ୍କ ବିଶ୍ବାସର ପ୍ରତୀକ ସାବିତ୍ରୀ ବ୍ରତ। ନିଜର ସତୀତ୍ବର ପରାକାଷ୍ଠା ବଳରେ ମହାସତୀ ସାବିତ୍ରୀ ଯମଙ୍କଠାରୁ ଫେରେଇ ଆଣିଲେ ସ୍ବାମୀ ସତ୍ୟବାନଙ୍କୁ। ଏହି ମହାନ ଗାଥା ଉପରେ ଆଧାରିତ ସାବିତ୍ରୀ ବ୍ରତ। ପ୍ରତିବର୍ଷ, ଜ୍ୟେଷ୍ଠ ମାସର ଅମାବାସ୍ୟା ଦିନ ଏହି ବ୍ରତ ପାଳନ କରାଯାଏ। ଓଡ଼ିଆ ଘରର ସଧବା ନାରୀମାନେ ସ୍ବାମୀଙ୍କର ଶୁଭ ମାନସୀ ଓ ଦୀର୍ଘ ଆୟୁଷ କାମନା କରି ସାବିତ୍ରୀ ବ୍ରତ କରିଥା’ନ୍ତି। ସାବିତ୍ରୀଙ୍କ ଭକ୍ତି ଓ ନିଷ୍ଠା ସତ୍ୟବାନଙ୍କୁ କିପରି ମୃତ୍ୟୁ କବଳରୁ ଫେରାଇ ଆଣିଥିଲା, ତାହା ଏହି ବ୍ରତର ମହତ୍ତ୍ବ। ଏ ପୂଜାର ଆରାଧ୍ୟା ଦେବୀ ହେଉଛନ୍ତି ମା’ ସାବିତ୍ରୀ । ସାବିତ୍ରୀ ବ୍ରହ୍ମାଙ୍କ ପତ୍ନୀ, ଗାୟତ୍ରୀ, ସୂର୍ଯ୍ୟାଧିଷ୍ଠାତ୍ରୀ ଦେବୀ। ସାଧବା ନାରୀମାନେ ଶୁଭ ମନାସୀ ମାତା ସାବିତ୍ରୀଙ୍କୁ ପୂଜା କରିଥା’ନ୍ତି।

ପୌରାଣିକ କିମ୍ବଦନ୍ତୀ ଅନୁସାରେ, ମଦ୍ର ଦେଶର ରାଜକୁମାରୀ ସାବିତ୍ରୀ। ଅପରୂପ ସୌନ୍ଦର୍ଯ୍ୟର ଅଧିକାରିଣୀ। ଜ୍ଞାନ ଓ ଗୁଣର ଏକ ପରିପୂର୍ଣ୍ଣ ଭଣ୍ଡାର। ସମୟଚକ୍ରରେ ସାବିତ୍ରୀଙ୍କ ବିବାହ ଶାଲ୍ୱଦେଶର ରାଜା ଦ୍ୟୁମତସେନଙ୍କ ପୁତ୍ର ସତ୍ୟବାନଙ୍କ ସହ ହୁଏ। କିନ୍ତୁ, ସତ୍ୟବାନ ଥÒଲେ ଅଳ୍ପାୟୁ, ଏକଥା ସାବିତ୍ରୀ ବିବାହ ପୂର୍ବରୁ ଜାଣିଥÒଲେ। ସାବିତ୍ରୀ ପ୍ରତିଦିନ ସେହି କାଳଦିନକୁ ଗଣନା କରୁଥା’ନ୍ତି। ସତ୍ୟବାନଙ୍କ ମୃତ୍ୟୁର ଦିନକୁ ଆଉ ମାତ୍ର ଚାରି ଦିନ ବାକି ରହିଥାଏ, ସାବିତ୍ରୀ ଅନ୍ନତ୍ୟାଗ କରି ଲକ୍ଷ୍ମୀ ନାରାୟଣଙ୍କ ଶରଣ ପଶିଲେ। ଆଉ କାଳସମୟ ଆସି ଉପନୀତ ହେଲା, ସେଦିନ ଥିଲା ଜ୍ୟେଷ୍ଠ ଅମାବାସ୍ୟା। ସତ୍ୟବାନ ଫଳମୂଳ ଓ ସମିଧ ସଂଗ୍ରହ କରିବାକୁ ବଣକୁ ଯିବାବେଳେ ସାବିତ୍ରୀ ତାଙ୍କ ସଙ୍ଗରେ ଗଲେ। ବଣରେ ସତ୍ୟବାନ ଅସ୍ବସ୍ତିବୋଧ କରିବାରୁ ସାବିତ୍ରୀଙ୍କ କୋଳରେ ମୁଣ୍ଡ ରଖି ନିଦ୍ରା ଗଲେ ଓ ତାହାହିଁ ତାଙ୍କର ମହାନିଦ୍ରା ହେଲା । କିନ୍ତୁ ସାବିତ୍ରୀ ମୃତ ସ୍ୱାମୀଙ୍କ ମସ୍ତକକୁ ନିଜ କୋଳରେ ରଖି ସେହିଠାରେ ବସି ରହିଲେ। ଯମଦୂତମାନେ ସତ୍ୟବାନଙ୍କୁ ସାଧ୍ୱୀ ସାବିତ୍ରୀଙ୍କ ଠାରୁ ନେଇ ପାରିଲେ ନାହିଁ । ଶେଷରେ ନିଜେ ଯମ ଆସିଲେ ସତ୍ୟବାନଙ୍କୁ ନେବା ପାଇଁ। ସାବିତ୍ରୀ ଯମଙ୍କ ଅନୁଗମନ କଲେ। ମୃତଦେହକୁ ଯମ ନେଉଥିବା ବେଳେ, ସାବିତ୍ରୀ ତାଙ୍କୁ ଅନୁସରଣ କରୁଥିବା ଲକ୍ଷ୍ୟ କଲେ। ଏହା ଦେଖି ଯମ କହିଲେ, “ମୋର ଅନୁସରଣ କାହିଁକି କରୁଛ? ଭାଗ୍ୟକୁ ଗ୍ରହଣ କରି ଶବ ସଂସ୍କାର କରିବାର ଆୟୋଜନ କର।

ହେଲେ ସାବିତ୍ରୀ ଯମଙ୍କୁ ଉତ୍ତର ଦେଇଛନ୍ତି ଯେ, “ସେ ଶରୀର ହେଲେ ମୁଁ ତାଙ୍କ ଛାଇ, ତେଣୁ ସେ ଯୁଆଡ଼େ ଯିବେ, ମୁଁ ତାଙ୍କ ସହ ଯିବି।” ସ୍ୱାମୀଙ୍କ ପ୍ରତି ଏପରି ପ୍ରଗାଢ଼ ଅନୁରକ୍ତି ତଥା ପ୍ରେମ ଦେଖି ଉତ୍କଣ୍ଠିତ ହୋଇ ଯମ କହିଲେ, ମୁଁ ତୁମ ପତିବ୍ରତା ଧର୍ମ ଦେଖି ଅତ୍ୟନ୍ତ ପ୍ରସନ୍ନ। ଏଣୁ ତୁମ ସ୍ୱାମୀଙ୍କ ଜୀବନ ବ୍ୟତୀତ ତିନୋଟି ବର ମାଗ। ସାବିତ୍ରୀ ପ୍ରଥମେ ତାଙ୍କ ଶ୍ୱଶୁରଙ୍କ ହଜିଯାଇଥିବା ଦୃଷ୍ଟିଶକ୍ତି ଓ ରାଜ୍ୟକୁ ପୁନଃ ପ୍ରାପ୍ତ କରିବାକୁ ମାଗିଲେ। ଦ୍ୱିତୀୟ ବର ଭାବରେ ସେ ତାଙ୍କ ପିତା ଏକ ପୁତ୍ର ସହିତ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ ବୋଲି ମାଗିଲେ। ତାଙ୍କର ତୃତୀୟ ବର ଭାବରେ ସେ, ସତ୍ୟବାନଙ୍କ ପୁତ୍ରମାନଙ୍କ ମାତା ହେବାର ବର ମାଗିଲେ। ଯମ ଦେବ ତଥାସ୍ତୁ କହି ଆଗକୁ ବଢ଼ୁଥା’ନ୍ତି, କିନ୍ତୁ ସାବିତ୍ରୀ ତାଙ୍କୁ ଅନୁସରଣ କରୁଥିବା ଦେଖି କହିଲେ, ମୁଁ ତୁମକୁ କହିଲି ତୁମର ତିନୋଟି ବର ନେଇ ମୋତେ ଅନୁସରଣ କର ନାହିଁ, ହେଲେ ତୁମେ ମୋ କଥାକୁ ଅବଜ୍ଞା କରିଲ ଯେ!

ସାବିତ୍ରୀ କହିଲେ, ପ୍ରଥମ ଓ ଦ୍ବିତୀୟ ବର ସତ ହୋଇଛି। କିନ୍ତୁ ତୃତୀୟ ବର କିପରି ପୂରଣ ହେବ? ଯେତେବେଳେ ମୋ ସ୍ୱାମୀ ମୃତ, ମୁଁ କିପରି ତାଙ୍କ ପୁତ୍ରମାନଙ୍କ ଜନନୀ ହେବି! ଯମ ସାବିତ୍ରୀଙ୍କ ଧର୍ମ ନିଷ୍ଠାରେ ପରାସ୍ତ ହେଲେ, ଶେଷରେ ସେ ସତ୍ୟରକ୍ଷା ପାଇଁ ସତ୍ୟବାନଙ୍କୁ ପୁନର୍ଜୀବିତ

Leave a comment