ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜେରା ବେଳେ ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉତ୍ତର ଶୁଣି ‘ଇଡି’ ତାଜୁବ୍‌

ନୂଆଦିଲ୍ଲୀ : ଆର୍ଥିକ ହେରଫେର ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେରା ବେଳେ ତାଙ୍କ ଉତ୍ତର ଶୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ‘ଇଡି’ ତାଜୁବ ହୋଇଯାଇଛି। ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ କୋଲକାତା ଭିତ୍ତିକ କମ୍ପାନୀ ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ତାଙ୍କୁ ଗତମାସ ୩୦ ତାରିଖରେ ଗିରଫ କରିଥିଲା। ଏହାପରେ ଚଳିତ ମାସ ୭ ତାରିଖରେ ସତ୍ୟେନ୍ଦ୍ର ଜୈନଙ୍କ ସମ୍ପର୍କୀୟଙ୍କ ଠାରୁ ପ୍ରାୟ ୨.୮୩ କୋଟି ଟଙ୍କା ଏବଂ ବିପୁଳ ସୁନା ଜବତ କରାଯାଇଥିଲା। ଚଢଉ ସମୟରେ ସୁନା ବିସ୍କୁଟ ସହ ୧୧୩ଟି ସୁନା କଏନ ଜବତ ହୋଇଥିଲା।

ଆଜି ଏହି ମାମଲାରେ ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ‘ଇଡି’ ପକ୍ଷରୁଜ୍ରୋ କରାଯାଇଥିଲା। ଇଡି ପକ୍ଷରୁ କୁହାଯାଇଛି ଯେ ଜେରା ବେଳେ ଯେତେବେଳେ ତାଙ୍କୁ କେତେକ କାଗଜପତ୍ର ସମ୍ପର୍କରେ ପଚରା ଯାଇଥିଲା, ତାହାର ଉତ୍ତରରେ ଜୈନ କହିଥିଲେ ଯେ ତାଙ୍କୁ କରୋନା ସଂକ୍ରମଣ ହୋଇଥିଲା । ଏହି କାରଣରୁ ତାଙ୍କର ମେମୋରି (ସ୍ମୃତିଶକ୍ତି) ଚାଲିଯାଇଛି, ଆଉ କିଛି ମନେ ପଡ଼ୁନାହିଁ । ଏପରି ଉତ୍ତର ଶୁଣି ଇଡି ଅଧିକାରୀମାନେ ତାଜୁବ ହୋଇଯାଇଥିଲେ ।

ଆୟଠାରୁ ଅଧିକ ସମ୍ପତ୍ତି ଜବତ ଓ ମନି ଲଣ୍ଡ୍ରିଙ୍ଗ ଅଭିଯୋଗରେ ଗତ ମେ ୩୦ରେ ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା । ଏହା ସହିତ ଇଡି ପକ୍ଷରୁ ସତ୍ୟେନ୍ଦ୍ର ଜୈନ ଓ ତାଙ୍କ ସହଯୋଗୀଙ୍କ ଘରେ ଚଢଉ କରି ନଗଦ ଟଙ୍କା ଓ ସୁନା ଅଳଙ୍କାର ଜବତ କରାଯାଇଥିଲା । ଏହା ସହିତ କେତେକ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଥିଲା । ତାଙ୍କ ପତ୍ନୀ ଓ ଝିଅଙ୍କ ନାମରେ ୧୬ କୋଟିର ଠକେଇ ଅଭିଯୋଗ ମଧ୍ୟ ରହିଛି ।

ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କିନ୍ତୁ ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଇଡି ଉଦେଶ୍ୟମୂଳକ ଭାବେ ଗିରଫ କରିଥିବା ଅଭିଯୋଗ ଆଣିଛନ୍ତି। ବିଜେପି ଜୈନଙ୍କୁ ନକଲି କମ୍ପାନିର ମାଲିକ ବୋଲି କହୁଥିବା ବେଳେ ସତ୍ୟେନ୍ଦ୍ର ଜୈନ୍ ଜଣେ ଦେଶଭକ୍ତ ବୋଲି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହା ସହ ସତ୍ୟେନ୍ଦ୍ର ଜୈନଙ୍କ ଭଳି ବ୍ୟକ୍ତିଙ୍କୁ ପଦ୍ମ ବିଭୂଷଣ ଦିଆଯିବା ଦରକାର ବୋଲି ଅରବିନ୍ଦ କେଜ୍ରିୱାଲ କହିଥିଲେ।

Leave A Reply

Your email address will not be published.