15th Aug sidebar
15th Aug sidebar

ଶନିବାର ରାଶିଫଳ (୩୦-୦୭-୨୦୨୨)

ମେଷ: ଜଟିଳ ସମସ୍ୟାର ସମାଧାନ ହେବ। ନିଜ ବିଚାରକୁ ଅନ୍ୟ ସମ୍ମୁଖରେ ସକାରାତ୍ମକ ଭାବରେ ରଖିବେ। ନିଜ ପରିଶ୍ରମରେ ସଫଳ ହୋଇପାରନ୍ତି। କଠିନ ପରିଶ୍ରମ କରି ସମସ୍ତଙ୍କଠାରୁ ଆଗୁଆ ରହିବେ।

ବୃଷ: ଗୁରୁଜନଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରିବେ। ନୂତନ କାରବା ରରେ ନିବେଶ କରି ଲାଭାନ୍ବିତ ହେବେ। କୌଣସି ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ। ଜୀବନରେ ଆଗକୁ ବଢ଼ିବାର ସୁଯୋଗ ପାଇବେ।

ଏଥିସହିତ ପଢ଼ନ୍ତୁ

ମିଥୁନ: ଅନେକ ଯୋଜନା ଓ ବିଚାର ପରେ କିଛି ନିଷ୍ପତ୍ତି ନେବେ। ନିଜ ବୁଦ୍ଧିରେ କାର୍ଯ୍ୟ ପୂରଣ କରିପାରିବେ। କର୍ମକ୍ଷେତ୍ରରେ ନିଜ ପ୍ରତିଭାକୁ ପ୍ରମାଣ କରି ଦେଖାଇବେ।

କର୍କଟ: ପୁରୁଣା ନିବେଶରୁ ଲାଭ ପାଇପାରନ୍ତି। ନିଜ ପସନ୍ଦର ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରନ୍ତି। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ବନ୍ଧୁବାନ୍ଧବଙ୍କଠାରୁ ସାହଯ୍ୟ ପାଇବେ। ଛାତ୍ରଛାତ୍ରୀଙ୍କ ଲେଖାପଢ଼ାରେ ମନୋନିବେଶ କରିବେ।

ସିଂହ: ଉଚ୍ଚ ଅଧିକାରୀ ଆପଣଙ୍କ କାର୍ଯ୍ୟର ପ୍ରଶଂସା କରିବେ। ଅଧିକ ସମୟ ପରିବାରବର୍ଗଙ୍କ ସହ କଟିବ। ଛାତ୍ରଛାତ୍ରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ।

କନ୍ୟା: ଗୁରୁଜନଙ୍କ ପରାମର୍ଶ କ୍ରମେ ଉତ୍ତମ କାର୍ଯ୍ୟ କରିବେ। ବ୍ୟବସାୟ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଜୀବନସାଥୀଙ୍କ ସହଯୋଗ ପାଇବେ। ସହକର୍ମୀଙ୍କ କୂଟ ଚକ୍ରାନ୍ତର ଶିକାର ହୋଇପାରନ୍ତି।

ତୁଳା: ବିଭିନ୍ନ କ୍ଷେତ୍ରରୁ ନିରାଶ ହୋଇ ମାନସିକ ଅଶାନ୍ତିରେ ରହିବେ। କାର୍ଯ୍ୟକ୍ଷେତ୍ରରେ ସମୟ ଅନୁସାରେ କାର୍ଯ୍ୟ କରିବେ। ପରିବାରବର୍ଗଙ୍କ କଥାରେ ଦୁଃଖୀ ହୋଇପାରନ୍ତି। ସମ୍ପର୍କର ମୂଲ୍ୟ ବୁଝି ପଶ୍ଚାତାପ କରିପାରନ୍ତି।

ବିଛା: ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ଆୟ ବୃଦ୍ଧିପାଇଁ କିଛି ନୂତନ ରାସ୍ତା ଖୋଜି ପାଇବେ। ସ୍ବାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ସାହିତ୍ୟ ପ୍ରତି ରୁଚି ବଢ଼ିବ।

ଧନୁ: ନିଜ ବୁଦ୍ଧି ବିବେକ ଅନୁସାରେ କାର୍ଯ୍ୟ କରିବେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ପ୍ରେମ ସମ୍ପର୍କରେ ତିକ୍ତତା ଉପୁଜିପାରେ । କ୍ୟାରିୟରରେ ଉନ୍ନତି କରିବାର ସମ୍ଭାବନା ରହିଛି।

ମକର: ଦିନଟି ମଧ୍ୟମ ଧରଣର ରହିବ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ଦାୟିତ୍ବଭାର ବୃଦ୍ଧି ପାଇବ। କୌଣସି କାର୍ଯ୍ୟ ପାଇଁ ଅନ୍ୟ ଉପରେ ନିର୍ଭର ହୋଇପାରନ୍ତି।

କୁମ୍ଭ:ଗୁରୁଜନଙ୍କ ପରାମର୍ଶ କ୍ରମେ ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇବେ। କାର୍ଯ୍ୟକ୍ଷେତ୍ରରେ ଧୀରସ୍ଥିର ଭାବେ କାର୍ଯ୍ୟ କରନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ନିଜ ବ୍ୟବହାର ପାଇଁ ପ୍ରଶଂସିତ ହେବେ।

ମୀନ: କିଛି ନୂତନ କାର୍ଯ୍ୟ କରିବାକୁ ମନ ବଳାଇବେ। ପୈତୃକ ସମ୍ପତ୍ତିର ଭାଗୀଦାରି ହୋଇପାରନ୍ତି। ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହତି ହେବ। ପରିବାରଠାରୁ ସବୁପ୍ରକାର ସହଯୋଗ ପାଇ ଆଗକୁ ବଢ଼ିବେ।

Leave a comment