ଶନିବାର ରାଶିଫଳ (୨୮-୦୧-୨୦୨୩)

ମେଷ: ପରିବାରବର୍ଗଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ। ମହିଳାମାନେ ଚଳଚଞ୍ଚଳ ରହିବେ। ରାଜନୀତିରେ ଲୋକପ୍ରିୟତା ବଢ଼ିବ। ବାଣିଜ୍ୟ ସ୍ବଳ୍ପ ଲାଭ ମିଳିବ। ଶିକ୍ଷାର୍ଥୀ ସଫଳ ହେବେ।

ବୃଷ: ଭବିଷ୍ୟତ କଥା ଚିନ୍ତା କରି ଅସୁବିଧାରେ ପଡ଼ିପାରନ୍ତି। ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। ଛାତ୍ରଛାତ୍ରୀମାନେ ବିଦେଶ ଯାତ୍ରା କରିପାରନ୍ତି। ଗୁରୁଜନଙ୍କ ସହାୟତା ପାଇ ଆଗକୁ ବଢ଼ିବେ।

ଏଥିସହିତ ପଢ଼ନ୍ତୁ

ମିଥୁନ: କିଛିଟା ସମସ୍ୟା ଭିତରେ ଆଗେଇ ଚାଲିବେ। ସାଂସାରିକ କର୍ମତତ୍ପର ରହିବେ। ରାଜନୀତିରେ ସକ୍ରିୟ ରହିବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଛାତ୍ରଛାତ୍ରୀ ଦୃଢ଼ମନା ରହିବେ।

କର୍କଟ: କେତେକ ବିଷୟକୁ ନେଇ ଚିନ୍ତାରେ ରହିବେ। ରାଜନୀତିରେ ପ୍ରତିକୂଳ ପରିସ୍ଥିତି ରହିବ। କର୍ମକ୍ଷେତ୍ରରେ କାର୍ଯ୍ୟବହୁଳ ରହିବ। ବାଣିଜ୍ୟ ମନ୍ଥର ରହିବ। ଛାତ୍ରଛାତ୍ରୀ ଅନ୍ୟମନସ୍କ ରହିବେ।

ସିଂହ: ଇଚ୍ଛା ଅନୁଯାୟୀ ସଫଳତା ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ। ତରବରିଆ ଭାବେ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ସନ୍ତାନସନ୍ତତିଙ୍କ ପାଇଁ ଅଧିକ ଯତ୍ନଶୀଳ ହୋଇପଡ଼ିବେ।

କନ୍ୟା: ନିରନ୍ତର ପ୍ରୟାସ କରି ସଫଳତା ହାସଲ କରିବେ। ଲକ୍ଷ୍ୟ ପୂରଣ କରିବା ପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନ ସୁଖକର ରହିବ। ଛାତ୍ରଛାତ୍ରୀ କ୍ୟାରିୟରକୁ ନେଇ ଚିନ୍ତିତ ରହିବେ।

ତୁଳା: ସମାଜରେ ମନସମ୍ମାନ ବୃଦ୍ଧି ପାଇବ। ରାଜନୀତିରେ ପ୍ରତିଷ୍ଠିତ ହେବେ। ମହିଳାମାନେ ରକ୍ଷଣଶୀଳ ରହିବେ। ବାଣିଜ୍ୟରେ ଉତ୍ତମ ଆୟ ହେବ। ସହକର୍ମୀଙ୍କ ସହଯୋଗ ପାଇବେ।

ବିଛା: ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। ଉତ୍ସବରେ ଯୋଗ ଦେଇ ଉତ୍ସାହିତ ରହିବେ। କ୍ୟାରିୟରରେ ଉନ୍ନତି ପାଇଁ ସୁବର୍ଣ୍ଣ ସୁଯୋଗ ମିଳିପାରେ। ଦାମ୍ପତ୍ୟ ଜୀବନରେ କଳହ ଦେଖାଦେଇପାରେ।

ଧନୁ: କୌଣସି ଭ୍ରାନ୍ତଧାରଣାରେ ପଡ଼ିପାରନ୍ତି। ଗମନାଗମନ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ସହକର୍ମୀଙ୍କ ସହ ଭୁଲ୍‌ ବୁଝାମଣା ରହିବ। ବ୍ୟବସାୟୀମାନେ ଲାଭବାନ ହେବେ।

ମକର: ମହିଳାମାନେ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ଖର୍ଚ୍ଚ ପ୍ରତି ଧ୍ୟାନ ଦେଇ ଚଳନ୍ତୁ। ନିଜ ବୁଦ୍ଧି ବିବେକ ଅନୁଯାୟୀ କାର୍ଯ୍ୟ କରି ଉନ୍ନତି ପଥରେ ଆଗେଇବେ। ଦାମ୍ପତ୍ୟ ଜୀବନରେ ମତଭେଦ ହୋଇପାରେ।

କୁମ୍ଭ: ଦୀର୍ଘ ଦିନର ଆଶା ପୂରଣ ହେବ। କର୍ମକ୍ଷେତ୍ରରେ ମାନସମ୍ମାନର ଅଧିକାରୀ ହେବେ। ଜୀବନସାଥୀଙ୍କ ସହ ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଅନ୍ୟକୁ ସାହାଯ୍ୟ କରି ସନ୍ତୋଷ ପାଇବେ।

ମୀନ: କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ସଙ୍ଗୀତ ପ୍ରତି ଆକର୍ଷିତ ହେବେ। ଆର୍ଥିକ କାରବାର ସମୟରେ ଧ୍ୟାନ ଦିଅନ୍ତୁ। ସମସ୍ତ କାର୍ଯ୍ୟକୁ ଧ୍ୟାନର ସହ କରିବେ। ପରିବାର ସହ ଭ୍ରମଣଯୋଗ ରହିଛି।

Leave a comment