ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ (୨୧-୦୧-୨୦୨୩)

ମେଷ: କୌଣସି ନିଷ୍ପତ୍ତି ନେବା ସମୟରେ ଦ୍ବନ୍ଦ୍ବରେ ପଡ଼ିଯାଇ ପାରନ୍ତି। ନୂତନ ଚୁକ୍ତିରୁ ଲାଭାନ୍ବିତ ହୋଇପାରନ୍ତି। ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରରେ ରୁହନ୍ତୁ। ମହିଳାମାନେ ସମ୍ବେଦନଶୀଳା ହେବେ।

ବୃଷ: ଗୁରୁଜନଙ୍କଠାରୁ ପ୍ରେରଣା ପାଇଁ ଆଗକୁ ବଢ଼ିବେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିବ। ସମାଜରେ ପ୍ରତିଷ୍ଠା ଲାଭ କରିବେ। ଗରିବମାନଙ୍କ ଖାଦ୍ୟ ,ବସ୍ତ୍ରଦାନ କରି ଶାନ୍ତି ପାଇବେ।

ମିଥୁନ: କୌଣସି କାରଣରୁ ମନ ଅଶାନ୍ତ ରହିବ। ଦୂରଯାତ୍ରା କରିବା ସମୟରେ ନିଜ ସୁରକ୍ଷାକୁ ଗୁରୁତ୍ବ ଦିଅନ୍ତୁ। ଜୀବନରେ ନୂତନ ପରିବର୍ତ୍ତନ ଆସିପାରେ। ଅବିବାହିତମାନଙ୍କର ବିବାହ ସ୍ଥିର ହୋଇପାରେ।

କର୍କଟ: ନିଜ ପ୍ରତିଭାର ସଠିକ୍‌ ବ୍ୟବହାର କରି ପ୍ରଶଂସା ସାଉଁଟିବେ। ସନ୍ତାନସନ୍ତତିଙ୍କ କାର୍ଯ୍ୟରେ ଗର୍ବିତ ହେବେ। ପାରିବାରିକ ସମ୍ପର୍କରେ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ।

ଏଥିସହିତ ପଢ଼ନ୍ତୁ

ସିଂହ: ଅନ୍ୟର କଥାରେ ନ ପଡ଼ି ନିଜ ବୁଦ୍ଧି ବିବେକ ଅନୁସାରେ କାର୍ଯ୍ୟ କରନ୍ତୁ। ଗୁରୁଜନଙ୍କ ପରାମର୍ଶ କ୍ରମେ କାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ବାଦବିବାଦ ପରିସ୍ଥିତିରୁ ଦୂେରଇ ରୁହନ୍ତୁ।

କନ୍ୟା: ପୈତୃକ ସମ୍ପତ୍ତି ଦ୍ବାରା ଲାଭବାନ ହେବେ। ଦୀର୍ଘଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। କର୍ମକ୍ଷେତ୍ରରେ ମାନସମ୍ମାନର ଅଧିକାରୀ ହେବେ। ଜୀବନସାଥୀଙ୍କ ସହଯୋଗ ପାଇବେ।

ତୁଳା: ଅଯଥା ଖର୍ଚ୍ଚ ଚିନ୍ତାର କାରଣ ହୋଇପାରେ। ଶତ୍ରୁମାନଙ୍କ କୁଚକ୍ରାନ୍ତର ଶିକାର ହୋଇପାରନ୍ତି। ଭ୍ରମଣରୁ ନିବୃତ୍ତ ରୁହନ୍ତୁ। କର୍ମକ୍ଷେତ୍ରରେ ହତୋତ୍ସାହ ହେବେ। କ୍ୟାରିୟରରେ ନୂତନ ମୋଡ଼ ଆସିପାରେ।

ବିଛା: ସମୟ ଅନୁସାରେ କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା କରିବେ। ଜୀବନରେ ଭିନ୍ନ ପରିବର୍ତ୍ତନ ଦେଖାଦେବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ଯୋଗ ରହିଛି। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି।

ଧନୁ: କୋର୍ଟକଚେରୀ ମାମଲାରେ ଦୂରଯାତ୍ରା କରିପାରନ୍ତି। ଧାର ଦେଇଥିବା ଧନ ଫେରିପାଇବେ। ଗୁରୁଜନଙ୍କ ସହ ତୀର୍ଥଯାତ୍ରାରେ ଯାଇପାରନ୍ତି। ଜୀବନସାଥୀଙ୍କ ବ୍ୟବହାରରେ କଷ୍ଟ ପାଇପାରନ୍ତି।

ମକର:ସହକର୍ମୀଙ୍କ ସହ ବାଦବିବାଦ ଦେଖାଦେବ। ବ୍ୟବସାୟୀଙ୍କ ପାଇଁ ଦିନଟି ଉତ୍ତମ ରହିବ। ବେରୋଜଗାରୀ ରୋଜଗାରକ୍ଷମ ହେବେ। ଆର୍ଥିକସ୍ଥିତି ବିଗିଡ଼ି ଯାଇପାରେ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ରହିବ।

କୁମ୍ଭ: କୋର୍ଟକଚେରୀ ମାମଲାକୁ ନେଇ ଚିନ୍ତାରେ ରହିବେ। ନୂତନ ନିବେଶରୁ ଦୂରେଇ ରୁହନ୍ତୁ। ବ୍ୟକ୍ତିଗତ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ଆଶା କରୁଥିବା ଦିଗରୁ ସଫଳତା ପାଇବେ।

ମୀନ: ବାଧାବିଘ୍ନକୁ କାଟି ଆଗକୁ ବଢ଼ିବେ। ସନ୍ତାନସନ୍ତତିଙ୍କ ସଫଳତାରେ ଗର୍ବ ଅନୁଭବ କରିବେ। ଅଯଥା ଖର୍ଚ୍ଚରୁ ନିବୃତ୍ତ ରୁହନ୍ତୁ। ପରିବାରବର୍ଗଙ୍କ ସହ ଭ୍ରମଣଯୋଗ ରହିଛି।

Leave A Reply

Your email address will not be published.