ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ (୧୧-୦୩-୨୦୨୩)

ମେଷ: ବହୁ ଚେଷ୍ଟା କରି ସଫଳତା ପାଇବେ। ଦୂରଯାତ୍ରା କରିବା ଦ୍ବାରା ସ୍ବାସ୍ଥ୍ୟ ବିଗିଡ଼ି ଯାଇପାରେ। ରାଜନୀତିରେ ସହଯୋଗ ପାଇବେ। ମହିଳାମାନେ ରକ୍ଷଣଶୀଳା ହେବେ। ବାଣିଜ୍ୟରେ ସ୍ବଳ୍ପ ଲାଭ ହେବ।

ବୃଷ: ଉଚ୍ଚ ଆଶାପୂରଣ ହେବ। ବିଭିନ୍ନ ମାର୍ଗରେ ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବ୍ୟବସାୟରେ ଉତ୍ତମ ଆୟ ହେବ। ଛାତ୍ରଛାତ୍ରୀ କୃତକାର୍ଯ୍ୟ ହେବେ।

ମିଥୁନ: ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇବେ। କର୍ମକ୍ଷେତ୍ରରେ ପରିସର ବୃଦ୍ଧି ପାଇବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ସଞ୍ଚୟ ହେବ। ଛାତ୍ରଛାତ୍ରୀ ଅଧ୍ୟୟନ ପ୍ରିୟ ହେବେ।

କର୍କଟ: ଅତ୍ୟଧିକ କାର୍ଯ୍ୟ ଫଳରେ ମାନସିକ ଅବସାଦ ବୃଦ୍ଧି ପାଇବ। କର୍ମସ୍ଥଳୀରେ କାର୍ଯ୍ୟଭାର ରହିବ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ଶିଳ୍ପ ଓ ବାଣିଜ୍ୟରେ ମନ୍ଥର ରହିବ। ଛାତ୍ରଛାତ୍ରୀ ଅବହେଳା କରିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ବିଭିନ୍ନ କ୍ଷେତ୍ରରେ ବାଧା ଉପୁଜିପାରେ। ଗୁରୁଜନଙ୍କ ଆଶୀର୍ବାଦ ପାଇ ଆତ୍ମବିଶ୍ବାସ ଫେରି ପାଇବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ ଦେଇପାରନ୍ତି। ବାଣିଜ୍ୟରେ କ୍ଷତି ହୋଇପାରେ।

କନ୍ୟା: ଅତ୍ୟଧିକ ଖର୍ଚ୍ଚାନ୍ତର ଶିକାର ହୋଇପାରନ୍ତି। ଘର ଦାୟିତ୍ବ ବୃଦ୍ଧି ପାଇବ। କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ବାଣିଜ୍ୟରେ ମନ ମୁତାବକ ଫଳ ମିଳିବ। ଛାତ୍ରଛାତ୍ରୀ ଯଶ ପାଇବେ।

ତୁଳା: କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ହେବେ। ଯାନବାହନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ବାଣିଜ୍ୟରେ ଲାଭଜନକ ରହିବ। ଛାତ୍ରଛାତ୍ରୀଙ୍କ ସ୍ବପ୍ନ ପୂରଣ ହେବ।

ବିଛା: ଦିନଟି ଅଯଥା ଝାମେଲାରେ ଫସି ଯାଇପାରନ୍ତି। ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ। ରାଜନୀତିରେ ଚଳଚଞ୍ଚଳ ରହିବେ। ପରିବାରରେ ଭୁଲ ବୁଝାମଣା ଦେଖାଦେଇପାରେ ।

ଧନୁ: ସମାଜରେ ଉଚ୍ଚସମ୍ମାନ ପାଇବେ। ଅନୁଭବୀ ବ୍ୟକ୍ତିଙ୍କ ସମ୍ପର୍କରେ ଆସିପାରନ୍ତି। ପୁରୁଣା ବନ୍ଧୁଙ୍କସହ ସାକ୍ଷାତ କରି ଉତ୍ସାହିତ ରହିବେ। ଭାଇଭଉଣୀଙ୍କ ସହଯୋଗ ପାଇବେ। ବାଣିଜ୍ୟରେ ଉତ୍ତମ ଲାଭ ମିଳିବ।

ମକର: କୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଯୋଗ ରହିଛି। ମହିଳାମାନେ କର୍ମତତ୍ପର ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କାର୍ଯ୍ୟକ୍ଷେତ୍ରରେ ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି। ପାରିବାରିକ ସହଯୋଗ ପାଇବେ।

କୁମ୍ଭ: ଦିନଟି ଆମୋଦ ପ୍ରମୋଦ ଭିତରେ କଟିବ। ନିଜର ପ୍ରଭାବଶାଳୀ ବ୍ୟକ୍ତିତ୍ବ ପାଇଁ ସମାଜରେ ଏକ ଭିନ୍ନ ପରିଚୟ ସୃଷ୍ଟି କରି ପାରିବେ। ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ସଫଳ ହେବେ।

ମୀନ: ମନୋରଞ୍ଜନରେ ଦିନଟି ଅତିବାହିତ କରିବେ। ବ୍ୟୟ ବହୁଳତା କାରଣରୁ ଅଭାବ ଦେଖାଦେବ। ବାଣିଜ୍ୟରେ ପ୍ରତିକୂଳ ରହିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ।

Leave A Reply

Your email address will not be published.