ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ (୦୬-୦୮-୨୦୨୨)

ମେଷ: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । କର୍ମକ୍ଷେତ୍ରରେ ପ୍ରଭାବଶାଳୀ ରହିବେ। ବହୁତ ଭାବିଚିନ୍ତି କଥା କୁହନ୍ତୁ। ପରିବାର ସହଯୋଗ କ୍ରମେ ଆମଦାନୀ ବୃଦ୍ଧି ପାଇବ। ସମସ୍ୟାର ପ୍ରତିରୋଧ କରିବେ।

ବୃଷ: ଉତ୍ସାହର ସହ ସବୁ କାର୍ଯ୍ୟ ପୂର୍ଣ୍ଣ କରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ସୁଯୋଗ ରହିଛି। ହଜି ଯାଇଥିବା ବସ୍ତୁ ଫେରି ପାଇବେ। ମନରେ କିଛି ନୂଆ ଶିଖିବାର ଇଚ୍ଛା ଦେଖାଦେବ।

ମିଥୁନ: ଗୁରୁଜନଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ରହିବେ। କାର୍ଯ୍ୟ କରିବାର କ୍ଷମତା ବୃଦ୍ଧି ପାଇବ। ପରିଶ୍ରମର ସୁଫଳ ପାଇବେ। କୌଣସି କାରଣରୁ ମାନସିକ ଅଶାନ୍ତି ଦେଖାଦେବ।

କର୍କଟ: ମିଳିଥିବା ସୁଯୋଗର ସଠିକ୍‌ ଉପଯୋଗ କରିବେ। ଆର୍ଥିକ ଲାଭ ପାଇ ଖୁସି ରହିବେ। ପରିବାରରେ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେଇପାରେ। ଯାତାୟତ ସମୟରେ ସତର୍କ ରୁହନ୍ତୁ।

ଏଥିସହିତ ପଢ଼ନ୍ତୁ

ସିଂହ: ନିଜ ମନକଥା ପ୍ରିୟଜନଙ୍କୁ କହି ଆତ୍ମସନ୍ତୋଷ ପାଇବେ। ଦ୍ବନ୍ଦ୍ବରେ ପଡ଼ି ନିଷ୍ପତ୍ତି ନିଅନ୍ତୁ ନାହିଁ। ବ୍ୟବସାୟ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ମହିଳାମାନେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରି।

କନ୍ୟା: ଦିନଟି ସୁରୁଖୁରୁରେ କଟିବ। ସହକର୍ମୀଙ୍କ ସହଯୋଗ ପାଇବେ। ଗୁରୁଜନଙ୍କ ସହ ଯୁକ୍ତିତର୍କ କରିବାରୁ ଦୂରେଇ ରୁହନ୍ତୁ। ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କରେ ନିବିଡ଼ତା ବଢ଼ିବ।

ତୁଳା: ଅନ୍ୟ ଉପରେ ଅଧିକ ଭରସା କରି କଷ୍ଟ ପାଇପାରନ୍ତି। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ଅବିବାହିତମାନଙ୍କର ବିବାହ ସ୍ଥିର ହୋଇପାରେ। ପାରିବାରିକ ଜୀବନ ଭଲ ରହିବ।

ବିଛା: ନିଜ ଜୀବନରେ ଆସିଥିବା ପରିବର୍ତ୍ତନ ପାଇଁ ଚିନ୍ତିତ ରହିବେ। ସହକର୍ମୀଙ୍କ ସହଯୋଗ ଓ ଉପଦେଶ ପାଇବେ। ମହିଳାମାନେ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ। କଳାକ୍ଷେତ୍ରରେ ରୁଚି ବଢ଼ିବ।

ଧନୁ: ଦିନଟି ହତାଶମୟ ରହିପାରେ। ନକାରାତ୍ମକ ଭାବନାରୁ ଦୂରେଇ ରହନ୍ତୁ। ଦୁଃସାହସିକ ପଦକ୍ଷେପ ନେଇ ସଫଳ ହେବେ। ପରିବାର ସହଯୋଗରେ ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ।

ମକର: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ଧ୍ୟାନ ଦେବେ। ଶତ୍ରୁମାନଙ୍କ କୂଟଚକ୍ରାନ୍ତର ଶିକାର ହୋଇପାରନ୍ତି। ଆର୍ଥିକସ୍ତରରେ ପରିବର୍ତ୍ତନ ଆସିବ। ମହିଳାମାନେ କର୍ମତତ୍ପର ରହିବେ। ପାରିବାରିକ ସମସ୍ୟାର ସମାଧାନ ଘଟିବ।

କୁମ୍ଭ: ଦିନଟି ହର୍ଷୋଲ୍ଲାସରେ କଟିବ। ଧନସମ୍ମାନ ପ୍ରାପ୍ତି ହୋଇପାରେ। ବନ୍ଧୁବାନ୍ଧବଙ୍କଠାରୁ ସାହାଯ୍ୟ ପାଇବେ। ଦରକାରୀ କାଗଜପତ୍ରକୁ ଧ୍ୟାନର ସହ ରଖନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ହେବ।

ମୀନ: ଦିନଟିରେ ସୁଖ ସମୃଦ୍ଧି ପ୍ରାପ୍ତି ହେବ। ଅନ୍ୟର ସହଯୋଗରେ କାର୍ଯ୍ୟ ପୂରଣ କରିବେ। ମହିଳାମାନେ ଅାତ୍ମନିର୍ଭରଶୀଳ ହେବେ। ଆର୍ଥିକସ୍ତରରେ ପରିବର୍ତ୍ତନ ଆସିବ। କ୍ୟାରିୟରରେ ସଫଳତା ପାଇବେ।

Leave A Reply

Your email address will not be published.